fbpx

ରାମକୃଷ୍ଣ ଶାରଦା ମଠର ଅଧ୍ୟକ୍ଷାଙ୍କ ପରଲୋକ, ଶୋକ ପ୍ରକାଶ କଲେ ମମତା

ନୂଆଦିଲ୍ଲୀ: ଶାରଦା ମଠ ଓ ରାମକୃଷ୍ଣ ଶାରଦା ମିଶନର ଅଧ୍ୟକ୍ଷା ସନ୍ନ୍ୟାସିନୀ ପ୍ରଭ୍ରଜିକା ଭକ୍ତିପ୍ରାଣ ଗତକାଲି ରାତିରେ ଆରପାରିକୁ ଚାଲିଯାଇଛନ୍ତି । ସେ ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଦକ୍ଷିଣ କୋଲକତାର ରାମକୃଷ୍ଣ ମିଶନ ସେବା ସଂସ୍ଥାନ ହସ୍ପିଟାଲରେ ସେ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଗତ ଅକ୍ଟୋବର ମାସରେ ସେ ୧୦୨ ବର୍ଷରେ ପାଦ ଦେଇଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ରାତି ୧୧.୨୪ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ସନ୍ନ୍ୟାସିନୀ ପ୍ରଭ୍ରଜିକାଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ପ୍ରଭ୍ରଜିକାଙ୍କ ପାର୍ଥିବ ଶରୀରକୁ ଦକ୍ଷିଣ କୋଲକାତା ହସ୍ପିଟାଲରୁ ଟାଲିଗଞ୍ଜ ସ୍ଥିତ ମାତୃଭବନ ହସ୍ପିଟାଲକୁ ନିଆଯାଇଥିଲା । ଆଜି ସକାଳ ୧୦ଟାରେ ତାଙ୍କର ମୃତଦେହକୁ ଦକ୍ଷିଣେଶ୍ୱର ସ୍ଥିତ ଶାରଦା ମଠର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଭକ୍ତମାନଙ୍କୁ ପ୍ରଭ୍ରଜିକାଙ୍କ ଅନ୍ତିମ ଦର୍ଶନ କରିବାର ସୁଯୋଗ ଦିଆଯିବ । ଏହାପରେ କାଶୀପୁର ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମଠ ସୂତ୍ରରୁ ଜଣାପଡ଼ିଛି ।

ପ୍ରଭ୍ରଜିକାଙ୍କ ଶରୀରରେ ବୟସାଧିକ ସମସ୍ୟା ସହିତ ଅନ୍ୟ କିଛି ଶାରୀରିକ ସମସ୍ୟା ରହିଥିଲେ । ସେ ଗତ ୫ ତାରିଖରେ ରାମକୃଷ୍ଣ ମିଶସନ ସଂସ୍ଥାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତ ୧୦ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଳା । ତାଙ୍କର ଫୁସଫୁସ ସଂକ୍ରମିତ ହେବା ସହ ବୁଖାର ଥିବା ଜଣାପଡ଼ିଥିଲା । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗତ ୨୦୦୯ ମସିହା ଏପ୍ରିଲ ମାସରେ ତାଙ୍କୁ ଶାରଦା ମଠ ଓ ରାମକୃଷ୍ଣ ଶାରଦା ମିଶନର ଚତୁର୍ଥ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ୨୯୨୦ ଅକ୍ଟୋବର ମାସରେ ଭକ୍ତିପ୍ରାଣ ମାତାଶ୍ରୀ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.