fbpx
BJD SKY
BJD SKY

ବହୁପ୍ରତୀକ୍ଷିତ ‘Sardar Udham’ର ଟିଜର୍ ଆଉଟ୍, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଭିକି

BJD

ମୁମ୍ବାଇ: ମହାନ୍ ସ୍ୱାଧୀନତା ସଂଗ୍ରାମୀ ସରଦାର୍ ଉଧମ ସିଂଙ୍କ ଜୀବନୀ ଉପରେ ଆଧାରିତ ବହୁପ୍ରତୀକ୍ଷିତ ଫିଲ୍ମ ସରଦାର୍ ଉଧମର ଅଫିସିଆଲ୍ ଟିଜର୍ ରିଲିଜ୍ ହୋଇଯାଇଛି । ଏଥିରେ ମୂଖ୍ୟ ଭୂମିକାରେ ଭିକି କୌଶଲଙ୍କୁ ଦେଖିବାକୁ ମିଳିଛି । ତେବେ ଏଥିରେ ଭିକିଙ୍କୁ ଏକ ଭିନ୍ନ ଲୁକ୍ ରେ ଦେଖିବାକୁ ମିଳିଛି । ଟିଜର୍ ଟି ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଛି । ଫିଲ୍ମଟି ମଧ୍ୟ ଆମାଜନ୍ ପ୍ରାଇମରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶନା ସୁଜିତ୍ ସରକାର ଦେଇଛନ୍ତି । ରାଇଜିଂ ସନ୍ ଫିଲ୍ମସ୍ ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛି ।

ଆମାଜନ୍ ପ୍ରାଇମ୍ ଭିଡିଓ ପକ୍ଷରୁ ଏହାକୁ ଭଗତ୍ ସିଂଙ୍କ ଜୟନ୍ତୀ ଅବସରରେ ସରଦାର୍ ଉଧମର ଟିଜର୍ ଲଞ୍ଚ କରିଛନ୍ତି । ଫିଲ୍ମ ସରଦାର୍ ଉଧମ ଦଶହରାରେ ରିଲିଜ୍ ହେବାକୁ ଏକଦମ୍ ପ୍ରସ୍ତୁତ ହୋଇଯାଇଛି । ଆମାଜନ ପ୍ରାଇମ୍ ଭିଡିଓରେ ଅକ୍ଟୋବର ୧୬ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଟିଜର୍ କଥା ଯଦି କହିବା ତେବେ ଆରମ୍ଭରୁ ଏକ ଦସ୍ତାବିଜ୍ ରେ ଭିକିଙ୍କ ଫଟୋ ଲଗାଯାଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Vicky Kaushal (@vickykaushal09)

ତେବେ ଟିଜରରେ ଥିବା ଦସ୍ତାବିଜ୍ ହେଉଛି ଭାରତର । ଯେଉଁଥିରେ ସରଦାର୍ ଉଧମଙ୍କ ଭୂମିକାରେ ଭିକି କୌଶଲ ଙ୍କ ଫଟୋ ଲଗାଯାଇଛି । ଅନ୍ୟ ପାସପୋର୍ଟ ଉପରେ ଫୋକସ୍ ଯାଉଛି । ଏଥିରେ ଅଲଗା ଅଲଗା ନାମ ରହିଛି ଓ ଶେଷରେ ଉଧମ ସିଂଙ୍କ ପାସାପୋର୍ଟ ନଜର ଆସୁଛି । ଟିଜର୍ ରେ ଏହାକୁ କୁହାଯାଇଛି ଯେ, ଫିଲ୍ମରେ ଏକ ଆସୋସିଏସନ୍ କାହାଣୀ ରହିଛି । ଯିଏ କି ବ୍ରିଟିଶ୍ ସାମ୍ରାଜ୍ୟକୁ ଆଚମ୍ବିତ କରି ରଖି ଦେଇଛି ।

Get real time updates directly on you device, subscribe now.