fbpx

OTTରେ ପହଞ୍ଚିଲା ‘ସରକଟା ଆତଙ୍କ’: କେଉଁଠି ଦେଖିବେ ରିଲିଜ ହେଲା ‘STREE-2’? ବଲିଉଡ ଇଣ୍ଡଷ୍ଟ୍ରିରେ ସୃଷ୍ଟି କଲା ଇତିହାସ

ଓଡ଼ିଶା ଭାସ୍କର: ଚଳିତବର୍ଷ ବ୍ଲକବଷ୍ଟର ସିନେମା ‘ସ୍ତ୍ରୀ-୨’ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛି । ସିନେମା ରିଲିଜ ହେବା ପରେ ଓଟିଟିରେ ଧମାଲ କରୁଛି ଏହି ହରର୍-କମେଡି ଫିଲ୍ମ । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ ୮୦୦ କୋଟିରୁ ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏହାସହିତ ଚଳିତବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ଟପ୍ ରେ ପହଞ୍ଚିଛି ସ୍ତ୍ରୀ-୨ । ତେବେ ସିନେମା ହଲ୍ ରେ ଏହି ଫିଲ୍ମ ଦେଖି ପାରି ନଥିବା ଦର୍ଶକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ବର୍ତ୍ତମାନ ଏହି ସିନେମା ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି ।

ସାରା ବିଶ୍ୱରେ ଦମଦାର ଇନକମ୍ କରିଥିବୟୋ ସ୍ତ୍ରୀ-୨ ବର୍ତ୍ତମାନ ଦର୍ଶକଙ୍କ ହାତମୁଠାରେ ପହଞ୍ଚିଛି । ଏଣିକି ଏହି ଫିଲ୍ମ ଦେଖିବା ପାଇଁ ହଲକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ଏହି ଫିଲ୍ମ ଦେଖିପାରିବେ ଦର୍ଶକ । ଆଜିଠାରୁ (ଅକ୍ଟୋବର ୧୦) ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ଏଣିକି ମୋବାଇଲରେ ଦର୍ଶକ ଦେଖିବେ ‘ସରକଟା’ର ଆତଙ୍କ । ଅକ୍ଟୋବର ୧୦ ତାରିଖରୁ ପ୍ରାଇମ ଭିଡିଓରେ ଷ୍ଟ୍ରିମିଙ୍ଗ ହେବାକୁ ଯାଉଛି ବ୍ଲକବଷ୍ଟର ସିନେମା ସ୍ତ୍ରୀ-୨ । ଭାରତ ସମେତ ମୋଟ ୨୪୦ଟି ଦେଶରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ସ୍ତ୍ରୀ-୨ ସିନେମାରେ ହରର୍-କମେଡି ସହ ଜବରଦସ୍ତ ସଂଗୀତର ତଡ଼କା ପାଇବେ ଦର୍ଶକ ।

ରାଜକୁମାର ରାଓ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଏବଂ ଅପାରଶକ୍ତି ଖୁରାନା ପ୍ରମୁଖ ଭୂମିକାରେ ରହିଛନ୍ତି । ଏହାବ୍ୟତୀତ ଫିଲ୍ମରେ ଅକ୍ଷୟ କୁମାର ଏବଂ ବରୁଣ ଧୱନଙ୍କ ଦମଦାର କ୍ୟାମିଓ ଦର୍ଶକଙ୍କୁ ମତୁଆଲା କରିଛି । ଚନ୍ଦେରୀ ଗାଁରେ ‘ସରକଟା’ ରାକ୍ଷସକୁ ଶେଷ କରିବା ପାଇଁ ରାଜକୁମାର ଏବଂ ଶ୍ରଦ୍ଧା ନିଜ ଜୀବନକୁ ବାଜି ଲଗାଇଛନ୍ତି । ଏହି ଯୁଦ୍ଧରେ ବିକ୍କି, ବିଟ୍ଟୁ, ରୁଦ୍ର ଏବଂ ଜନା ମଧ୍ୟ ରାଜକୁମାରଙ୍କୁ ସାହାଯ୍ୟ କରିଛନ୍ତି । କିନ୍ତୁ ଶେଷରେ ସମସ୍ତେ ସରକଟା ସାମନାରେ ବିଫଳ ହେବା ପରେ ବରୁଣ ଧୱନ ନିଜର ‘ଭେଡ଼ିୟା’ ଅବତାରରେ ଆସି ରାକ୍ଷସ ସହ ଲଢିଥିଲେ । ହରର୍ କମେଡିରେ ଭରା ଏହି ସିନେମା ସମସ୍ତଙ୍କ ହୃଦୟ ଜିତିପାରିଛି ।

Get real time updates directly on you device, subscribe now.