fbpx

ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି କି ? ପବିତ୍ର ଶ୍ରାବଣରେ ଦାନ କରନ୍ତୁ ଏହିସବୁ ଜିନିଷ ଦୂର ହୋଇଯିବ ଗ୍ରହଦୋଷ

ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି ସେତିକି ମହତ୍ତ୍ୱ ଦାନର ବି ରହିଛି । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ଭୋଳାନାଥଙ୍କ ପୂଜା ସହିତ ଦାନ କରିବା ଦ୍ୱାରା ଜୀବନରୁ ବିଭିନ୍ନ କଷ୍ଟ ତଥା ସମସ୍ୟା ଦୂର ହୋଇଥାଏ ଏବଂ ମନସ୍କାମନା ଜଲଦି ପୂରଣ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ୫୮ ଦିନ ରହିବ ଓ ୮ ସୋମବାର ବ୍ରତ ରଖାଯିବ । ଏହି କ୍ରମରେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କଣ କଣ ଦାନ କଲେ ଲାଭଦାୟକ ହୋଇଥାଏ ।
କଳା ରାଶି:
ଏହି ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ ସମୟରେ କଳା ରାଶି ଅର୍ପଣ କରିବା ବହୁତ ଶୁଭଦାୟକ ସାବ୍ୟସ୍ତ ହୋଇଥାଏ । କଳା ରାଶି ଭଗବାନ ଶିବଙ୍କ ସହିତ ଶନି ଦେବଙ୍କର ମଧ୍ୟ ବହୁତ ପ୍ରିୟ । ଏଣୁ ଯେଉଁମାନଙ୍କ ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି ସେମାନେ ଶ୍ରାବଣ ମାସର ସୋମବାର କିମ୍ବା ଶ୍ରାବଣ ମାସ ଶନିବାର କଳା ରାଶି ଦାନ କରନ୍ତୁ । ଏହି ଉପାୟରେ ଗ୍ରହ ଦୋଷ ଦୂର ହୋଇଥାଏ ।
ଲୁଣ:
ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ଉପାୟ ପ୍ରୟୋଗ କରିବା ଦ୍ୱାରା ଘର ମଧ୍ୟରୁ ନକରାତ୍ମକ ଶକ୍ତି ବାହାରି ଯାଇଥାଏ । ଶିବ ପୁରାଣରେ ମଧ୍ୟ କୁହାଯାଇଛି ଯେ, ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ଲୁଣ ଦାନ କରିଥାଏ ଯଦି ତାଙ୍କର ଖରାପ ସମୟ ଚାଲୁଅଛି ତେବେ ତାହା ଦୂର ହୋଇ ଯାଇଥାଏ । ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଦି ବି ବୃଦ୍ଧି ହୋଇଥାଏ ।
ରୁଦ୍ରାକ୍ଷ:
ରୁଦ୍ରାକ୍ଷ ଭଗବାନ ଶିବଙ୍କର ବିଶେଣଷ ଆଭୂଷଣ ହୋଇଥାଏ । ଶାସ୍ତ୍ରରେ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ଅଂଶ ବୋଲି କୁହାଯାଇଛି । ଏଣୁ ଯେଉଁ ଶିବ ଭକ୍ତ ଶ୍ରାବଣରେ ରୁଦ୍ରାକ୍ଷ ଦାନ କରିଥାଏ ସେମାନଙ୍କ ଆୟୁ ବୃଦ୍ଧି ହେବା ସହିତ ଅକାଳ ମୃତ୍ୟୁ ଭୟ ଦୂର ହୋଇଥାଏ ।
ରୂପା:
ଯେଉଁଁମାନଙ୍କର କୁଣ୍ଡଳୀରେ କାଳ ସର୍ପ ଦୋଷ ରହିଛି ସେମାନେ ଏଥିରୁ ମୁକ୍ତି ପାଇବା ଲାଗି ଶ୍ରାବଣ ମାସରେ ରୂପା ଜିନିଷ ଦାନ କରିବା ବହୁତ ଶୁଭଦାୟକ ହୋଇଥାଏ । ଏହା ବ୍ୟତିତ ସନ୍ତାନ ପ୍ରାପ୍ତି ଲାଗି ଏହି ମାସରେ ରୂପା ଦାନ କଲେ ଆଶାଜନକ ଫଳ ମିଳିଥାଏ ।

Get real time updates directly on you device, subscribe now.