fbpx
BJD
BJD SKY
BJD SKY

ମଳମାସର ପ୍ରଥମ ସୋମବାର ପୂଜାରେ କରନ୍ତୁନି ଏହି ୫ଟି ଭୁଲ୍ , ରୁଷ୍ଟ ହୋଇପାରନ୍ତି ଦେବ ଦେବ ମହାଦେବ

ଚଳିତ ବର୍ଷ ମଳମାସରେ ଶ୍ରାବଣ ପଡିଛି । ଏହି କାରଣରୁ ଶ୍ରାବଣ ମାସ ବଢି ୨ ମାସ ହୋଇଯାଇଛି । ଏହି ସଂଯୋଗ ପ୍ରାୟ ୧୯ ବର୍ଷ ପରେ ସୃଷ୍ଟି ହୋଇଛି । ଶ୍ରାବଣରେ ସୋମବାର ବ୍ରତର ବିଶେଷ ମହତ୍ତ୍ୱ ରହିଥାଏ । ଏଥର ଶ୍ରାବଣର ତୃତୀୟ ଓ ମଳମାସର ପ୍ରଥମ ସୋମବାର କାଲି ଅର୍ଥାତ୍ ୨୪ରେ ପଡୁଛି । ତେବେ ଏହି ମଳମାସର ପ୍ରଥମ ସୋମବାର ପୂଜାରେ ନିମ୍ନୋଲିଖିତ ଭୁଲ୍ ଆଦୌ କରନ୍ତୁ ନାହିଁ ।
୧-ଶିବଲିଙ୍ଗ ପୁରୁଷ ତତ୍ତ୍ୱ ସମ୍ବନ୍ଧିତ ହୋଇଥିବାରୁ ଏହା ଉପରେ ହଳଦୀ, ସିନ୍ଦୁୁର ଓ କୁଙ୍କୁମ ଚଢାନ୍ତୁ ନାହିଁ । ମହାଦେବଙ୍କୁ କେତକୀ ଓ ଅରଖ ଫୁଲ ବି ଚଢାନ୍ତୁ ନାହିଁ ।
୨-ତାମସିକ ଭୋଜନ ସେବନ କରନ୍ତୁ ନାହିଁ । ମାଛ, ମାଂସ, ପିଆଜ , ରସୁଣ ଖାଆନ୍ତୁ ନାହିଁ ।
୩-ଭଗବାନ ଶିବ ଶଙ୍ଖଚୁଡ ଅସୁରକୁ ବଧ କରିଥିଲେ । ତେଣୁ ମଳମାସ ସୋମବାରରେ ଶିବଲିଙ୍ଗ ଉପରେ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ ।
୪-ଶିବଜୀଙ୍କ ପୂଜା ସମୟରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଯେଉଁମାନେ ଶ୍ରବଣରେ ବ୍ରତ ରଖୁଛନ୍ତି ସେମାନେ ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।
୫-ମହାଦେବଙ୍କ ଏପରି ଫଟୋ ଚିତ୍ର ଲଗାନ୍ତୁ ନାହିଁ ଯେଉଁଥିରେ ଭଗବାନ ଶିବ କ୍ରୋଧ ମୁଦ୍ରାରେ ରହିଥିବେ । କ୍ରୋଧ ମୁଦ୍ରାରେ ମହାଦେବ ବିନାଶର ପ୍ରତୀକ ହୋଇଥାଏ ।

 

Get real time updates directly on you device, subscribe now.