fbpx

SBI ଆଣିଲା Home Loan ଅଫର୍: ୧୦୦ ପ୍ରତିଶତ ଫି’ ଛାଡ଼, ଏହି ସୁଯୋଗ କେବଳ ମାସକ ପାଇଁ ଉପଲବ୍ଧ

ନୂଆଦିଲ୍ଲୀ: ଯଦି ଆପଣ ଘର କିଣିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନୂଆ ଗ୍ରାହକଙ୍କ ପାଇଁ ହୋମ୍ ଲୋନ ଅଫର ଆଣିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସୁଯୋଗ ରହିଛି । ଏଥିରେ ପ୍ରୋସେସିଂ ଫି’ରେ ୧୦୦ ପ୍ରତିଶତ ଛାଡ଼ କରାଯିବ ବୋଲି ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ପୂର୍ବରୁ ଏସବିଆଇ ହୋମ ଲୋନ୍ ଉପରେ ୦.୪୦ ପ୍ରତିଶତ ପ୍ରୋସେସିଂ ଫି ଚାର୍ଜ କରୁଥିଲା । ମାତ୍ର ଏବେ ସେଥିରେ ୧୦୦ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛି । ଏହି ସୀମିତ ସମୟ ମଧ୍ୟରେ ହୋମ ଲୋନ ଗ୍ରାହକଙ୍କୁ ବହୁତ ବେନିଫିଟ୍ ମିଳିପାରିବ । ସାଧାରଣତଃ ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ ପାଇଁ ଘର ଖଣ୍ଡେ କିଣିବା ସ୍ୱପ୍ନ ପରି ହୋଇଥାଏ । ମାତ୍ର ଏସବିଆଇ ହୋମ୍ ଲୋନ ୬.୭ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଥିବାରୁ ଏଥିରେ ସବୁ ଶ୍ରେଣୀର ଲୋକେ ଉପକୃତ ହୋଇପାରିବେ । ଠିକ୍ ସମୟରେ କିସ୍ତି ପରିଶୋଧ କରୁଥିବା ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ କମ୍ ସୁଧରେ ଲୋନ୍ ଦିଆଯାଉଛି । ବ୍ୟାଙ୍କର ଏହି ଅଫର ଦ୍ୱାରା ରିୟଲ ଇଷ୍ଟେଟ ସେକ୍ଟରରେ ଘର ଓ ପ୍ଲଟ୍ ବିକ୍ରିରେ ଦ୍ରୁତ ବୃଦ୍ଧି ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଗତ ଜାନୁଆରୀରେ ଏସବିଆଇ ପକ୍ଷରୁ ହୋମ୍ ଲୋନ୍ ପ୍ରୋସେସିଂ ଫିସ୍ ଛାଡ଼ ଅଫର ଲଞ୍ଚ କରାଯାଇଥିଲା । ଲୋନର ପରିମାଣ ଓ ସିବିଲ ସ୍କୋରକୁ ଆଧାର କରି କରି ଲୋନ ପ୍ରଦାନ କରି ଗ୍ରାହକଙ୍କୁ ଆକର୍ଷିତ କରାଯାଇଥିଲା । ସାଧାରଣତଃ ଏସବିଆଇ ହୋମ୍ ଲୋନ୍ ପ୍ରଦାନ କରିବା ସମୟରେ ଗ୍ରାହକଙ୍କ ସିବିଲ ରେଟିଂକୁ ଦେଖି ସୁଧ ଦର ସ୍ଥିର କରିଥାଏ । ୩୦ ଲକ୍ଷରୁ ଅଧିକ ପରିମାଣର ଲୋନ ଉପରେ ସୁଧ ଦର ବହୁତ କମ୍ ରହିଥାଏ । ଦେଶର ୮ଟି ସହରରେ ୫ କୋଟି ପର୍ଯ୍ୟନ୍ତ ଲୋନ ଉପରେ ଏସବିଆଇ ପକ୍ଷରୁ ଏହି ଛାଡ଼ ଅଫର ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.