୭ ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତି କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ବୁଧବାର ଓଡ଼ିଶା, ଗୁଜରାଟ ଏବଂ ତେଲେଙ୍ଗାନା ସମେତ ୭ ରାଜ୍ୟ ପାଇଁ ଆଗାମୀ ମୁଖ୍ୟବିଚାରପତି ନାମ ସୁପାରିସ କରିଛନ୍ତି । ଏହା ସହିତ ସୁପ୍ରିମକୋର୍ଟରେ ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ମଧ୍ୟ ନାମ ସୁପାରିସ କରିଛନ୍ତି ।

  • ଓଡ଼ିଶା ହାଇକୋର୍ଟ ବିଚାରପତି ଶୁଭାସିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ପାଇଁ ସୁପାରିସ କରାଯାଇଛି। ଆସନ୍ତା ମାସ ଅବସର ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର।
  • ଆଲ୍ଲାହବାଦ ହାଇକୋର୍ଟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟୟଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ସୁପାରିସ କରାଯାଇଛି ।
  • ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସୁନୀତା ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି ।
  • ସେହିଭଳି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଆଲୋକ ଆରଦେଙ୍କୁ ତେଲେଙ୍ଗାନା ରାଜ୍ୟ ପାଇଁ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା ।
  • ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା ।
  • ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲଙ୍କୁ ନିଯୁକ୍ତ କରାଯାଇଥିଲା
  • ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।