fbpx

ଇମ୍ରାନ ଖାନଙ୍କ ଗିରଫ ଅବୈଧ! ଘଣ୍ଟାକରେ ହାଜର ହେବାକୁ ଆଦେଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ଇମ୍ରାନ ଖାନଙ୍କ ଗିରଫ ମାମଲାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବର୍ତ୍ତମାନ ପିଯିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ସପୋର୍ଟ କରୁଥିବାର ଦେଖାଯାଇଛି । ଇମ୍ରାନଙ୍କୁ ଅଦାଲତ ପରିସରରୁ ଗିରଫ କରିବା ଘଟଣା ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟ ବିଚାରପତି ଉମର ଅତା ବନ୍ଦିୟାଲ । ଐହାସହିତ ଆସନ୍ତା ଘଣ୍ଟାଏ ଭିତରେ କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ଆଦେଶ ଦିଆଯାଇଛି । ସେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କୋର୍ଟକୁ ଆସୁଛନ୍ତି ତେବେ ଏଠାରୁ ତାଙ୍କୁ କିପରି ଗିରଫ କରାଗଲା । ଏହି ଘଟଣାକୁ ଆଇନର ଅବମାନନା ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ଅଦାଲତ ପରିସରରୁ ଗିରଫ କରିବା ଏବେ ଏକ ପ୍ରକାର ଟ୍ରେଣ୍ଡ ଚାଲିଛି । କିନ୍ତୁ ଯଦି ଏହିପରି ଘଟରା ଲଗାତାର ଘଟି ଚାଲିବ, ତେବେ ନ୍ୟାୟାଳୟ ଉପରୁ ସମସ୍ତଙ୍କ ବିଶ୍ୱାସ ଭାଙ୍ଗିଯିବ ଏବଂ କେହି ଅଦାଲତରେ ସୁରକ୍ଷିତ ଅନୁଭବ କରିବେ ନାହିଁ । ସେପଟେ ଅଦାଲତ ପ୍ରଶାସନିକ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି ଯେ, ଇମ୍ରାନ ଖାନଭ୍କୁ ଏକ ଘଣ୍ଟା ଭିତରେ ଅଦାଲତରେ ହାଜର କରାଯାଉ । ତେବେ କୋର୍ଟଙ୍କ ତରଫରୁ ଏପରି ଆଦେଶରୁ ଅନୁମାନ କରାଯାଉଛି ଯେ, ପୂର୍ବ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଆଶ୍ୱସ୍ତି ମିଳିପାରେ ।

Get real time updates directly on you device, subscribe now.