ପାସପୋର୍ଟ ପାଇଁ ହଟହଟା ହେଲେ ରଣବୀର, ପଡକାଷ୍ଟ ରହିଛି ଅଧା…
ସରୁନି ରଣବୀରଙ୍କ ଅପେକ୍ଷ । ସର୍ବୋଚ୍ଚ ଅଦାଲତ କହିଲେ ୧୫ ଦିନ ପରେ ଦିଆଯିବ ।
ନୂଆଦିଲ୍ଲୀ: ନିଜର ବିବାଦୀୟ ବୟାନ ପରେ ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆ । ମାମଲାର ଶୁଣାଣି ଚାଲିଥିବାବେଳେ ଏହାର କୌଣସି ଫୈସଲା ବାହାରିପାରି ନାହିଁ ।
ରଣବୀର ତାଙ୍କ ପାସପୋର୍ଟ ଫେରସ୍ତ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ନିକଟରେ ଆବେଦନ କରିଥିବାବେଳେ ମଙ୍ଗଳବାର ଏ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଯେ ପର୍ଯ୍ୟନ୍ତ ମାମଲାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ରଣବୀରଙ୍କୁ ପାସପୋର୍ଟ ଦିଆଯିବ ନାହିଁ । ୨ ସପ୍ତାହ ପରେ ରଣବୀର ନିଜ ପାସପୋର୍ଟ ଫେରସ୍ତ ପାଇବେ ବୋଲି ଆଜି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।
ଆବଶ୍ୟକ ପଡ଼ିଲେ କୋର୍ଟ ଅଣ୍ଡରଟେକିଂ ଅଧିନରେ ପାସପୋର୍ଟ ଆଣିବା ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ, ତାଙ୍କ ପଡକାଷ୍ଟ ପାଇଁ ରଣବୀରଙ୍କୁ ବାହାର ଦେଶକୁ ଯିବାକୁ ପଡ଼ୁଥିବାବେଳେ ପାସପୋର୍ଟର ଆବଶ୍ୟକତା ରହିଛି । ଯେଉଁ କାରଣରୁ ସେ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିଥିଲେ ।
ଯାହାକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ଗତ ମାର୍ଚ୍ଚ ୩ ତାରିଖରେ ସର୍ବୋଚ୍ଚନ୍ୟାୟାଳୟ ରଣବୀରଙ୍କୁ ପଡକାଷ୍ଟ ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେଇଥିଲେ । କମେଡିଆନ ସମୟ ରାଇନାଙ୍କ ୟୁଟ୍ୟୁବ ଶୋ’ ଇଣ୍ଡିଆ ଗଟ୍ ଲାଟେଣ୍ଟରେ ବାପା-ମା’ଙ୍କ ସେକ୍ସ କଥା କହି ବିବାଦରେ ଛନ୍ଦି ହୋଇଯାଇଥିଲେ ।