fbpx
BSKY
BJD SHG SKY
BJD YOUTH SKY

ଭୂତ ଭୟରେ ବନ୍ଦ ହୋଇଗଲା ସ୍କୁଲ! ଶିକ୍ଷକ-ରୋଷେୟାଙ୍କର ଭୟାନକ ମୃତ୍ୟୁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭୂତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟର ଏକ ବାତାବରଣ ଖେଳିଯାଏ । ଏମିତି ପରିସ୍ଥିତିରେ ଏକାନ୍ତ ସ୍ଥାନରେ ରହିବା କିମ୍ବା ସମୟ ବିତାଇବା ଅନେକଙ୍କ ପକ୍ଷରେ ସମ୍ଭବ ନୁହେଁ । ତେବେ ଏମିତି ଏକ ଜାଗା ଯଦି ପିଲାଙ୍କ ସ୍କୁଲ ହୋଇଥାଏ, ହୁଏତ ଅଧିକାଂଶ ଅଭିଭାବକ ପିଲାଙ୍କୁ ସେଠାକୁ ପଠାଇ ନ ପାରନ୍ତି । ଏଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଛି ପ୍ରଖଣ୍ଡ ଅଞ୍ଚଳର ଉତକ୍ରମିତ ପ୍ରାଥମିକ ବିଦ୍ୟାଳୟରେ ।

ଛୋଟୁଡିହର ଉତକ୍ରମିତ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମଧ୍ୟ ଭୂତ ଭୟରେ ରହିଛନ୍ତି । ୨୦୧୯ ମସିହାରେ ସ୍କୁଲର ଶିକ୍ଷକ ବାବୁଧନ ମୁର୍ମୁ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କ ପୁତ୍ର ଏହି ସ୍କୁଲରେ ଶିକ୍ଷା ଦେବା ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ ସେ ମଧ୍ୟ ରୋଗରେ ପଡି ମୃତ୍ୟୁବରଣ କରିଛନ୍ତି । ଏହାବ୍ୟତୀତ ଶିକ୍ଷକ ଏବଂ ପୁତ୍ରଙ୍କ ମୃତ୍ୟୁର କିଛି ଦିନ ପରେ ରୋଷେୟା ଛାତାମୁନୀ ମୁର୍ମୁ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲା ଶାନ୍ତ ନ ହେଉଣୁ ସ୍କୁଲର ଆଉ ଜଣେ ଶିକ୍ଷକ ଅସୁସ୍ଥ ହୋଇପଡିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ସ୍କୁଲ ସହ ଜଡିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଗକୁ କୌଣସି ଅଘଟଣ ନ ଘଟୁ, ଏହି ଭୟରେ ପିଲାମାନଙ୍କୁ ସ୍କୁଲ ପଠାଉ ନାହାନ୍ତି ଅଭିଭାବକ । ସେପଟେ ସ୍କୁଲରେ କୌଣସି ଭୂତର ନଜର ରହିଥିବା ନେଇ ସମସ୍ତଙ୍କ ମନରେ ଭୟ ରହିଛି ।

ଭୂତ ଭୟରେ ପ୍ରାୟ ଏକ ସପ୍ତାହରୁ ପିଲାମାନଙ୍କୁ ସ୍କୁଲ ପଠାଇବା ବନ୍ଦ କରିଦେଇଛନ୍ତି ଅଭିଭାବକ । ଏହାପରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଅଧ୍ୟକ୍ଷଙ୍କ ଖପରେଲ ସ୍ଥିତ ଘରେ ଶିକ୍ଷା ଦିଆଯାଉଛି । ଏଠାରେ ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଜଣେ ଶିକ୍ଷକ ସୁରେନ୍ଦ୍ର ଟୁଡୁ କାର୍ଯ୍ୟରତ ଅଛନ୍ତି । ତେବେ ଜିଲ୍ଲା ଶିକ୍ଷା ଅଧିକ୍ଷକ ଦୀପକ ରାମ ସ୍କୁଲ ପରିଦର୍ଶନରେ ଆସିଥିବା ବେଳେ ଏପରି ପରିସ୍ଥିତି ଜାଣି ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଭୂତ-ପ୍ରେତ କିଛି ନଥାଏ, ଏହା ଆମର ଭ୍ରାନ୍ତ ଧାରଣା ବୋଲି କହି ସେମାନଙ୍କୁ ଆଶ୍ୱସନା ଦେଇଛନ୍ତି ଶିକ୍ଷା ଅଧିକାରୀ ।

Get real time updates directly on you device, subscribe now.