fbpx
BSKY
BJD MC SKY
BJD YOUTH SKY

Big Breaking; HeatWave ପାଇଁ ବଦଳିଲା ସ୍କୁଲ ସମୟ: ଶ୍ରମିକଙ୍କ କାମ କରିବା ଉପରେ ମଧ୍ୟ କଟକଣା

ସମ୍ବଲପୁର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ଉପରମୁହାଁ ହେଉଛି । ଅସହ୍ୟ ତାତି ଏବଂ ଗରମରେ ସିଝୁଛି ସାରା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍କୁଲ ସମୟରେ ପରିବର୍ତ୍ତନ କରିଛି ସମ୍ପଲପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ସ୍କୁଲ ଟାଇମିଙ୍ଗରେ ବଦଳାଇ ଦିଆଯାଇଛି । ଏଣିକି ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢା ହେବ । ଏହାପରେ ପିଲାମାନଙ୍କୁ ସ୍କୁଲରୁ ଛାଡ଼ି ଦିଆଯିବ । ରାଜ୍ୟରେ ଜାରି ରହିଥିବା ହିଟୱେଭକୁ ନେଇ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ । ଏହାବ୍ୟତୀତ ଶ୍ରମିକମାନଙ୍କ କାର୍ଯ୍ୟ କରିବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକ କାମ କରିପାରିବେ ନାହିଁ । ଏହାବ୍ୟତୀତ ହସ୍ପିଟାଲ ଗୁଡ଼ିକରେ ଅଂଶୁଘାତ ୱାର୍ଡ ଖୋଲିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ତହସିଲଦାର, ସିଡିଏମଓ, ବିଡିଓ ଏବଂ ଡିଇଓଙ୍କୁ ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Get real time updates directly on you device, subscribe now.