fbpx

ଆସନ୍ତା ୨ ମାସ ମଧ୍ୟରେ ଖୋଲିବ ସ୍କୁଲ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ ଅନଲାଇନରେ ଶିକ୍ଷାଦାନ ଜାରି ରହିଥିଲା । ତେବେ ବର୍ତ୍ତମାନ ରାଜ୍ୟରେ ସ୍କୁଲ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ଅଫିସ, ଫ୍ୟାକ୍ଟ୍ରି, ଘରୋଇ ସଂସ୍ଥା, ସିନେମା ହଲ ଆଦି ଖୋଲିଛି । ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ଆସନ୍ତା ୨ ମାସ ମଧ୍ୟରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ କୋଭିଡ୍ କଟକଣାରେ କିଭଳି ସ୍କୁଲ ଖୋଲିବା ତାହା ସ୍ପଷ୍ଟ କରିବାକୁ କୁହାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାବେଳେ ସଂକ୍ରମଣ ୩ ହଜାରକୁ ହ୍ରାସ ପାଇଛି । ତେଣୁ ଘରେ ବୋର ହୋଇ ପିଲାମାନେ ବାଧ୍ୟହୋଇ ସପିଂ ମଲ, ସିନେମା ହଲ, ପାର୍କରେ ଭିଡ଼ ଜମାଉଛନ୍ତି । ତୃତୀୟ ଲହର ଫେବୃଆରୀ ମାସ ଶେଷ ସୁଦ୍ଧା ଆସିବା ନେଇ ବିଶେଷଜ୍ଞମାନେ ଚେତାବନା ଦେଇଥିବାରୁ ସେହି ଭୟରେ ଏବେ ସ୍କୁଲ ବନ୍ଦ ରହିଛି । ତେବେ ସଂକ୍ରମଣ ଏବେ ନିମ୍ନମୁଖୀ ହୋଇଥିବାରୁ ସ୍କୁଲ ଖୋଲିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି । ଫେବୃଆରୀ ମାସ ପାଇଁ ଏସଆରସି ଗାଇଡଲାଇନ ଜାରି କରି ସାରିଥିବା ବେଳେ ସ୍କୁଲ ଖୋଲିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଅନ୍ୟପକ୍ଷରେ ସଂକ୍ରମଣ କମିବା ପରେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଓଡ଼ିଶାରେ କେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.