ନୂଆଦିଲ୍ଲୀ: ପ୍ରବଳ ଶୀତରେ ଛଟପଟ ହେଉଛନ୍ତି ଲୋକମାନେ । ଥଣ୍ଡା ଏତେ ଅନୁଭୂତ ହେଉଛି ଯେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ଏପରିକି ସ୍ୱେଟର, କମ୍ବଳ ପରିଧାନ କରିବା ପରେ ବି ଶୀତରୁ ନିସ୍ତାର ମିଳୁନାହିଁ । ତେବେ ଥଣ୍ଡାର ପ୍ରକୋପରୁ ଛୋଟ ପିଲାମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ସ୍କୁଲ ଟାଇମିଂରେ ପରିବର୍ତ୍ତନ କରାଯାଇଛି । ଏନେଇ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶର ନୋଏଡ଼ାରେ ଶୀତ କାରଣରୁ ସ୍କୁଲ ଟାଇମିଂରେ ପରିବର୍ତ୍ତନ କରାଯାଇଛି । ଛୋଟ ପିଲାମାନେ ଯେପରି ଥଣ୍ଡାରୁ ରକ୍ଷା ପାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ପିଲାମାନେ ସକାଳୁ ସ୍କୁଲକୁ ଯାଉଥିବା ବେଳେ ଏବେ ସେମାନେ ସକାଳ ୯ଟାରୁ ସ୍କୁଲ ଯିବେ । ନୋଏଡ଼ାରେ ଗତ କିଛିଦିନ ହେଲା ରାତିରେ ତାପମାତ୍ରା ୫-୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ସକାଳ ଓ ସନ୍ଧ୍ୟା ସମୟରେ କାଶ, ସର୍ଦ୍ଦି ଦେଖାଦେବା ଫଳରେ ପ୍ରଶାସନ ତରଫରୁ ସ୍କୁଲ ପିଲାଙ୍କୁ ଆଶ୍ୱସ୍ତି ଦିଆଯାଇଛି ।