fbpx

ପ୍ରବଳ ତାତି ପାଇଁ ବଡ଼ ନିଷ୍ପତ୍ତି: ଜୁନ୍ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ନିର୍ଦ୍ଦେଶ ଦେଲା ଶିକ୍ଷା ବିଭାଗ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏବେ ଅସହ୍ୟ ତାତି ଅନୁଭୂତ ହେଉଛି । ପରିସ୍ଥିତି ଏପରି ଯେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ତାତି କାରଣରୁ ପୂର୍ବରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତେବେ ଆଗକୁ ରଜ ଉତ୍ସବ ଆସୁଥିବାରୁ ସେନେଇ ସତର୍କ କରିଛି ପାଣିପାଗ ବିଭାଗ । ପହିଲି ରଜରେ ତାତି ଅଥୟ କରିବା ସହିତ ଗୁଳୁଗୁଳି ଅସମ୍ଭାଳ ହେବ । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ତାପମାତ୍ରା ୪୩-୩୪ ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ତାତିକୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ବିହାର ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଛୁଟିରେ ରହିବେ ବୋଲି କୁହାଯାଇଛି । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଜୁନ୍ ୧୧ରୁ ୧୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.