ଆଜି ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ସବୁ ବନ୍ଦ, ହେଲେ କାହିଁକି…
ଏହି କାରଣ ପାଇଁ ଆଜି ସବୁ ସରକାରୀ କାର୍ଯ୍ୟାଳୟ ଛୁଟି।
ନୂଆଦିଲ୍ଲୀ: ଆଜି ସେପ୍ଟେମ୍ୱର ମାସ ୫ ତାରିଖ। ଦେଶର ଅନେକ ରାଜ୍ୟରେ ସ୍କୁଲ, ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ। ହେଲେ ଆପଣ ଜାଣିଛନ୍ତି କି କାହିଁକି ଆଜି ସବୁ ସରକାରୀ ଅଫିସ୍ ସମେତ ସ୍କୁଲ ଏବଂ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି।
ତେବେ ଦୁଇଟି ପ୍ରମୁଖ ପର୍ବ ଇଦ-ଏ-ମିଲାଦ ଏବଂ ତିରୁଭୋନମ ହେତୁ ଏହି ଛୁଟି ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଅହମ୍ମଦାବାଦ, ଆଇଜଲ, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଡେରାଡୁନ, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ଶ୍ରୀନଗର, ତିରୁଭୋନନ୍ତପୁରମ ଏବଂ ବିଜୟୱାଡାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଆଜି ସ୍କୁଲ ଏବଂ ଅଫିସ୍ କାହିଁକି ବନ୍ଦ: ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନକୁ ମନେ ପକାଇବା ପାଇଁ ଈଦ୍-ଏ-ମିଲାଦ ପାଳନ କରାଯାଏ। ଯାହା ଯୋଗୁଁ ଅନେକ ରାଜ୍ୟରେ ସ୍କୁଲ ଏବଂ ବ୍ୟାଙ୍କ ବନ୍ଦ ରହେ।
ସେହି ସମୟରେ କେରଳରେ ଥିରୁଭୋନମ୍ ପର୍ବ ମଧ୍ୟ ପାଳନ କରାଯାଉଛି, ଯାହା ଓନମ୍ ପର୍ବର ଏକ ଅଂଶ। ଏହି ପର୍ବଗୁଡ଼ିକ ଯୋଗୁଁ ଗୁଜରାଟ, ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ମଣିପୁର, ଜମ୍ମୁ ଏବଂ କାଶ୍ମୀର, ଉତ୍ତର ପ୍ରଦେଶ, କେରଳ, ନୂଆଦିଲ୍ଲୀ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ସମେତ ଅନେକ ରାଜ୍ୟରେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ସେବା ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।