fbpx

୧୩ ଦିନ ବନ୍ଦ ରହିବ ସ୍କୁଲ, କଲେଜ : ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଶାରଦିୟ ନବରାତ୍ରୀ ଆରମ୍ଭ ହୋଇ ସାରିଛି,ଏବଂ ଏହାକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍କୁଲ ବନ୍ଦ ରହିବ । ସମଗ୍ର ଦେଶରେ ଅଷ୍ଟମୀ ଏବଂ ନବମୀ ପୂଜା ଧୂମଧାମରେ ପାଳନ କରାଯାଏ । ଏହି ଦିନରେ ଅଧିକାଂଶ ସ୍କୁଲ କଲେଜ ଓ ଅଫିସ ଛୁଟି ରହିବ । ତେବେ ଦଶହର ପୂଜା ୨୪ ଅକ୍ଟୋବରରେ ପାଳନ କରାଯିବ । ଏଥର ୨୧ ଏବଂ ୨୨ ଅକ୍ଟୋବର ସହିତ ୨୩ ଏବଂ ୨୪ ଅକ୍ଟୋବର ମଧ୍ୟ ସ୍କୁଲ ଛୁଟି ରହିବ ।

ଏଥି ପାଇଁ ଛାତ୍ରଛାତ୍ରୀମାନେ ଲମ୍ବା ଛୁଟିର ଅପେକ୍ଷାରେ ଅଛନ୍ତି ।ତେବେ ଦଶହରା ଏବଂ ଦୁର୍ଗାପୂଜାକୁ ନଜରରେ ରଖି ୧୦-୧୨ ଦିନ ଛୁଟି ଘୋଷଣା ହୋଇଛି । ତେଲେଙ୍ଗାନା ରାଜ୍ୟରେରେ ୧୩ ଦିନ ସ୍କୁଲ ବନ୍ଦ ରହିବ । ଅକ୍ଟୋବର ୧୪ରୁ ରାଜ୍ୟରେ ଦଶହରା ଛୁଟି ଆରମ୍ଭ ହୋଇ ୨୫ରେ ଶେଷ ହେବ । ତେବେ କଲେଜ ଗୁଡିକ ଅକ୍ଟୋବର ୧୯ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ୭ ଦିନ ବନ୍ଦ ହେବ । ତେବେ ତେଲେଙ୍ଗାନାରେ ୨୬ ଅକ୍ଟୋବରରୁ କ୍ଲାସ ଆରମ୍ଭ ହେବ । ଏହି ପର୍ବକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଧ୍ୟ ୨୦ରୁ ୨୯ ଅକ୍ଟୋବର ଛୁଟି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.