fbpx

ପୃଥିବୀରେ ରହିଛି ଆଉ ଏକ ବିରାଟ ମହାସାଗର: ବୈଜ୍ଞାନିକଙ୍କ ନୂଆ ଆବିଷ୍କାର

ନୂଆଦିଲ୍ଲୀ: ପୃଥିବୀ ମଧ୍ୟରେ ରହିଛି ଆଉ ଏକ ବିଶାଳକାୟ ମହାସାଗର । ପୂର୍ବରୁ ପାଞ୍ଚଟି ମହାସାଗର ରହିଥିବା ବେଳେ ଏବେ ଷଷ୍ଠ ମହାସାଗରକୁ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ରମଣ ସ୍ପେକ୍ଟ୍ରୋସ୍କୋପି ଓ ଏଫଟିଆଇଆର ସ୍ପେକ୍ଟ୍ରୋସ୍କୋପି ଟେକନିକର ଉପଯୋଗ କରି ରିସର୍ଚ୍ଚ ଟିମ୍ ଏହି ସଫଳତା ହାସଲ କରିଛନ୍ତି । ତେବେ ପୃଥିବୀ ପୃଷ୍ଠରୁ ୬୬୦ ମିଟର ତଳେ ଏହି ନୂଆ ମହାସାଗରର ସନ୍ଧାନ ମିଳିଛି ।

ଅନ୍ତର୍ଜାତୀୟ ରିପୋର୍ଟ ମୁତାବକ, ପୃଥିବୀ ପୃଷ୍ଠର ତଳେ ଏହି ମହାସାଗର ରହିଛି । ସମସ୍ତ ମହାସାଗରର ଆୟତନର ତିନି ଗୁଣା ପାଣି ଉକ୍ତ ମହାସାଗରରେ ରହିଥିବା ଜଣାପଡ଼ିଛି । ଉକ୍ତ ପାଣି ପୃଥିବୀର ସବୁଠାରୁ ଅନ୍ତରୀଣ ଭାଗ ଓ ମେଣ୍ଟଲ ମଧ୍ୟରେ ରହିଛି । ଏଥିପାଇଁ ରିସର୍ଚ୍ଚ ଟିମ୍ ରମଣ ସ୍ପେକ୍ଟ୍ରୋସ୍କୋପି ଓ ଏଫଟିଆଇଆର ସ୍ପେକ୍ଟ୍ରୋସ୍କୋପି ସହିତ ଅନ୍ୟ ଟେକନିକର ଉପଯୋଗ କରିଥିଲେ ।

ଏକ ରିସର୍ଚ୍ଚ ଟିମ୍ ଦକ୍ଷିଣ ଆଫ୍ରିକାରେ ଏକ ହୀରା ଉପରେ ଅନୁସନ୍ଧାନ କରିବାକୁ ବାହାରିଥିଲେ । ପୃଥିବୀର ମେଣ୍ଟଲରେ ଏହି ମହାସାଗର ରହିଥିବା ସେମାନେ ଦାବି କରିଛନ୍ତି । ପୃଥିବୀ ପୃଷ୍ଠରୁ ୬୬୦ କିମି ତଳେ ଏହି ବିରଳ ହୀରା ମିଳିଥାଏ । ହୀରାର ଅନୁସନ୍ଧାନ ବେଳେ ବୈଜ୍ଞାନିକମାନେ ଭୂପୃଷ୍ଠ ତଳୁ ଏକ ସ୍ଲାବ ପାଇଥିଲେ । ଉକ୍ତ ସ୍ଲାବ ପୃଥିବୀର ବାହାର ପ୍ରସ୍ଥ ଓ କେନ୍ଦ୍ରାଞ୍ଚଳରେ ମଧ୍ୟରେ ଥିବା ପରିବର୍ତ୍ତନଶୀଳ କ୍ଷେତ୍ରରେ ବଦଳୁଥିବା ଗବେଷକମାନେ ଦେଖିଥିଲେ । ସେଠାରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ଥିବା ସେମାନେ ଜାଣିପାରିଥିଲେ ।

Get real time updates directly on you device, subscribe now.