fbpx

ବିଶ୍ୱରେ ପ୍ରଥମ ଘଟଣା: ଭାଇରସକୁ ଖାଉଥିବା ଜୀବକୁ ଠାବ କଲେ ବୈଜ୍ଞାନିକ, ସଂକ୍ରମିତ ବିମାରୀରୁ ମିଳିପାରେ ମୁକ୍ତି

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱକୁ କବଳିତ କରି ରଖିବା ପରେ କରୋନା ଭାଇରସର ଆତଙ୍କ ପୁଣି ଥରେ ଦେଖିବାକୁ ମିଳିଛି । ଚୀନ ସହିତ ବିଶ୍ୱର ଅନେକ ରାଷ୍ଟ୍ରକୁ ନୂଆ ଭାରିଆଣ୍ଟ ବ୍ୟାପି ଗଲାଣି । ଏହା ମଧ୍ୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପ୍ରଥମ ଥର ପାଇଁ ଭାଇରସକୁ ଖାଉଥିବା ଏକ ଜୀବର ସନ୍ଧାନ ମିଳିଛି । ତେବେ ଏହା ମାନବ ସଭ୍ୟତା ଆଶ୍ୱସ୍ତି ଆଣିପାରେ । ଏହି ଜୀବ ସହାୟତାରେ ଘାତକୁ ଭାଇରସଗୁଡ଼ିକୁ ଧ୍ୱଂସ କରାଯାଇପାରେ ।

ବୈଜ୍ଞାନିକକଙ୍କ ମତରେ, ଏହି ଜୀବ ଭାଇରସମାନଙ୍କୁ ଖାଇ ନିଜର ବଂଶକୁ ଦ୍ରୁତଭାବେ ୧୫ ଗୁଣ ବୃଦ୍ଧି କରୁଛି । ଅନ୍ୟପକ୍ଷରେ ଏହାଦ୍ୱାରା ଭାଇରସଙ୍କ ସଂଖ୍ୟା ଶହ ଶହ ଗୁଣ କମ ହେବାରେ ଲାଗିଛି । ସାରା ବିଶ୍ୱ ଏବେ ଭାଇରସମାନଙ୍କ କବଳରେ ରହି କଲବଲ ହେଉଛି । ତେଣୁ ପ୍ରଥମ ଥର ପାଇଁ ଭାଇରସକୁ ଖାଉଥିବା ଏକ ଜୀବର ସନ୍ଧାନ ମିଳିଥିବାରୁ ତାହା ମାନବ ସଭ୍ୟତା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।

ତେବେ ଏହି ଜୀବ କେବଳ ଭାଇରସଙ୍କୁ ଖାଇ ନିଜର ପେଟ ପୂରଣ କରୁଛି । ଜୀବଟି ତା’ର ଜଳଖିଆ, ଲଞ୍ଚ ଓ ଡିନରରେ ଏହି ଭାଇରସଙ୍କୁ ଖାଉଛି । ଯଦି ଆବଶ୍ୟକ ପଡ଼େ ତେବେ ସେ ଅନ୍ୟ ଜୀବଙ୍କୁ ଭକ୍ଷଣ କରିଥାଏ । ଭାଇରସଙ୍କୁ ଖାଉଥିବା ଏହି ଜୀବର ନାମ ବୈଜ୍ଞାନିକମାନେ ଭିରୋଭୋରୀ ଦେଇଛନ୍ତି । ଭବିଷ୍ୟତରେ ଯଦି ଏହି ଜୀବଙ୍କୁ ଠିକ୍ ଭାବେ ଉପଯୋଗ କରାଯାଏ, ତେବେ ସାରା ବିଶ୍ୱବାସୀ ଏହାଦ୍ୱାରା ବହୁଳ ଭାବେ ଉପକୃତ ହୋଇପାରନ୍ତି ।

Get real time updates directly on you device, subscribe now.