fbpx
BSKY
BJD SHG SKY
BJD YOUTH SKY

ବୈଜ୍ଞାନିକଙ୍କ ଚେତାବନୀ: ଚାଇନାର କରୋନା ଭାରିଆଣ୍ଟ ଓମିକ୍ରନ XE କୋଭିଡ ମ୍ୟୁଟେସନକୁ ନେଇ ଚିନ୍ତା…

ନୂଆଦିଲ୍ଲୀ: ଚୀନରେ କରୋନାର ନୂଆ ଭାରିଆଣ୍ଟ ଏବଂ ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପୁଥିବା ଷ୍ଟ୍ରେନ ଏବେ ପୁଣି ଥରେ ମହାମାରୀକୁ ନେଇ ଚିନ୍ତା ବଢାଇ ଦେଇଛି । ଓମିକ୍ରନର ଦୁଇଟି ଭାରିଆଣ୍ଟ ପାଇଁ ନିକଟ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ସେପଟେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ବିଶେଷଜ୍ଞଙ୍କ ମତ । ଭୟ କରିବାରେ କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଓମିକ୍ରନର ଦୁଇଟି ପ୍ରକାର(BA.୧ ଏବଂ BA. ୨) ମ୍ୟୁଟେସନରୁ ଗଠିତ ଏହି ହାଇବ୍ରିଡ ଷ୍ଟ୍ରେନ ବ୍ରିଟେନରେ ଚିହ୍ନଟ ହେବା ପରେ ଏହାର ନାମ ଓମିକ୍ରନ XE ରଖାଯାଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) । ଏହା ବହୁତ କମ ସମୟରେ ବ୍ୟାପୁଥିବା ଭାରିଆଣ୍ଟ ହୋଇପାରେ ବୋଲି କୁହାଯାଇଛି । BA.୧ ଅପେକ୍ଷା ଏହି ଷ୍ଟ୍ରେନ ୧୦% ଅଧିକ ସହଜରେ ବ୍ୟାପିବାରେ ସକ୍ଷମ ବୋଲି ଅନୁମାନ କରାଯାଇଛି । ତେବେ ଏହା ଏବେ ଚୀନରେ ଅଦିକ ପରିବାଣରେ ବ୍ୟାପିବାରେ ଲାଗିଛି । ତେବେ ଏହା ଶେଷ ନା ଆଗକୁ ଆସୁଥିବା କୌଣସି ଏକ ବଡ ବିପଦର ସଙ୍କେତ ତାହାକୁ ନେଇ ଉଠିଛି ପ୍ରଶ୍ନ । ତେବେ ବିଶେଷଜ୍ଞମାନେ ଏହି ଭାରିଆଣ୍ଟକୁ ନେଇ ଏକ ଆଶ୍ୱସ୍ତିମୂଳକ ସୂଚନା ପ୍ରଦାନ କରିଛନ୍ତି । ଭୟ କରିବାରେ କୌଣସି କାରଣ ନାହଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ । ତେବେ କେବଳ ସତର୍କ ରହିବା ଏବଂ ନିୟମ ମାନିଲେ ଆମେ ଏହି ଭାରିଆଣ୍ଟକୁ ମଧ୍ୟ ହାଇ ପାରିବା ବୋଲି ସେମାନେ ବିଶ୍ୱାସ ଦେଇଛନ୍ତି ।

Get real time updates directly on you device, subscribe now.