fbpx
BSKY
BJD MC SKY
BJD YOUTH SKY

ଜଳିଲା ଇଲେକ୍ଟ୍ରିକ୍ ସ୍କୁଟି, ଆପଣଙ୍କ ପାଖରେ ନାହିଁ ତ ଏହି ସ୍କୁଟି, ଜାଣନ୍ତୁ ବର୍ତ୍ତିବାର ଉପାୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ପେଟ୍ରୋଲ ଚାଳିତ ଯାନରୁ ମୁହିଁ ଫେରାଇ ଲୋକେ ଏବେ ଇଲେକ୍ଟ୍ରିକ୍ ଚାଳିତ ଯାନରେ ଅଧିକ ମନ ବଳାଇଛନ୍ତି । ଏଥିପାଇଁ କମ୍ପାନୀଗୁଡିକ ନୂଆ ନୂଆ ଇଲେକ୍ଟ୍ରିକ୍ ସ୍କୁଟି ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ କାର ବଜାରରେ ଛାଡୁଛନ୍ତି । କିନ୍ତୁ ବିପଦ ସବୁ ଯାନ ରହିଛି, ସେ ପେଟ୍ରୋଳ ଚାଳିତ ଗାଡି ହେଉ ଅବା ଇଲେକ୍ଟ୍ରିକ୍ ଗାଡି । ପେଟ୍ରୋଲ ଗାଡି ଜଳିବା ଭଳି, ଇଲେକ୍ଟ୍ରିକ୍ ଗାଡି ଜଳିବା ଘଟଣା ସାମ୍ନା ପୁଣି ଆସିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ନୂଆ କରି ବଜାରକୁ ଆସିଥିବା ଏଥର କମ୍ପାନୀର ୪୫୦ x ଇଲେକ୍ଟ୍ରିକ୍ ସ୍କୁଟି ଜଳି ନଷ୍ଟ ହୋଇଯାଇଛି । ସ୍କୁଟି ଜଳିବା ସମ୍ପର୍କରେ ଜାଣିଲା ପରେ କମ୍ପାନୀ ବିବୃତି ଜାରି କରି ଏହାର କାରଣ ସ୍ପଷ୍ଟ କରିଛିି ।

 

ବେଙ୍ଗାଲୁର ସ୍ଥିତ ଏହି ଷ୍ଟାର୍ଟ-ଅପ୍ କମ୍ପାନୀ ଏଥର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ମଟୋର କଣ୍ଟ୍ରୋଲର କନେକ୍ଟର୍ସରେ ଭୁଲ ଭାବରେ ତାର ଲଗାଯାଇଥିଲା । ଯାହାର ପରିଣାମ ସ୍ୱରୂପ କଣ୍ଟ୍ରୋଲ ଟର୍ମିନାଲର ଆଖପାଖରେ ସ୍ପାର୍କିଂ ହୋଇ ତାରରେ ନିଆଁ ଲାଗିଥିଲା ।

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, “ରେୟର ହ୍ୟୁମାନ ଏରର’ ଅର୍ଥାତ୍ ଏହା ଏକ କ୍ୱଚିତ୍ ଭୁଲ କାରଣରୁ ଏପରି ହୋଇଛି । ଆଗାମୀ ଦିନରେ ଏଭଳି ଘଟଣା ଯେପରି ନ ଘଟିବ ସେଥିପାଇଁ ଦୁଇ ଷ୍ଟେପ୍ ଭେରିଫିକେସନ୍ ପ୍ରୋସେସ୍ ଆରମ୍ଭ କରାଯାଇଛି । ଏହା ସହିତ ଆଡଭାନ୍ସ ମ୍ୟାନୁଫ୍ୟା କ୍ଚରିଂ ପ୍ରୋସେସ ସାମିଲ କରାଯାଇଛି ।

କ’ଣ ରହିଛି ଏଥିରୁ ବଞ୍ଚିବାର ଉପାୟ ?
ଇଲେକ୍ଟ୍ରିକ୍ ଯାନବାହନ ଚାର୍ଜିଂ ପାଇଁ ସରକାର ପକ୍ଷରୁ ନିୟମ ଲାଗୁ କରାଯାଇଛି । ସ୍କୁଟି ବ୍ୟବହାର କରିବାର ୪୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଚାର୍ଜରେ ଲଗାନ୍ତୁ ନାହିଁ । ଅନେକ ଲୋକ ବ୍ୟାଟେରିକୁ ଚାର୍ଜରେ ଲଗାଇ ଭୁଲି ଯାଆନ୍ତି । କିନ୍ତୁ ୫ ଘଣ୍ଟାରୁ ଅଧିକ ସମୟ ଚାର୍ଜରେ ଲଗାନ୍ତୁ ନାହିଁ । ଟାଣ ଖରାରେ ଚାର୍ଜ ଲାଗନ୍ତୁ ନାହିଁ ଏବଂ ଗରମସ୍ଥାନରୁ ପ୍ରାୟ ୨ ମିଟର ଦୂରରେ ବ୍ୟାଟେରିକୁ ରଖନ୍ତୁ ବା ଚାର୍ଜ ଲଗାନ୍ତୁ ।

Get real time updates directly on you device, subscribe now.