fbpx

SDM ଗିରଫ: ଆଦିବାସୀ ଛାତ୍ରୀଙ୍କ ପ୍ରତି ଅଶ୍ଲୀଳ ଆଚରଣ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଦିବାସୀ ଛାତ୍ରୀମାନଙ୍କ ପ୍ରତି ଅଶ୍ଲୀଳ ହରକତ କରିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ଉକ୍ତ ଅଧିକାରୀଙ୍କୁ ଜେଲ ପଠାଇ ଦିଆଯାଇଛି । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଏକ ଘଟଣା । ରାଜ୍ୟର ଝାବୁଆରେ ଜଣେ ସବଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଆଦିବାସୀ ଛାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରିଥିଲେ । ଏହି ମାମଲାରେ ଉକ୍ତ ଏସଡିଏମଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଦିବାସୀ ଛାତ୍ରୀଙ୍କ ପ୍ରତି ଖରାପ ଆଚରଣ ଅଭିଯୋଗରେ ଉକ୍ତ ଏସଡିଏମଙ୍କୁ ସସପେଣ୍ଡ କରିଦିଆଯାଇଛି । ଆଦିବାସୀ ନାବାଳିକା ଛାତ୍ରୀଙ୍କ ପ୍ରତି ଖରାପ ଆଚରଣ କରିଥିବା ନେଇ ଝାବୁଆର ଏସଡିମେ ସୁନୀଲ ଝାଙ୍କ ବିରୋଧରେ ମାମଲା ଦାୟର ହୋଇଛି । ସୁନୀଲ ଆଦିବାସୀ ଛାତ୍ରାବାସକୁ ନିରୀକ୍ଷଣ କରିବାକୁ ଯାଇଥିବା ଅବସରରେ ସେ ଛାତ୍ରୀଙ୍କୁ ଖରାପ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଛାତ୍ରୀମାନେ ଏନେଇ ମ୍ୟାନେଜରଙ୍କୁ ଅବଗତ କରାଇବା ପରେ ମାମଲା କଲେକ୍ଟରଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଳା । ଏହାପରେ ଏସଡିଏମଙ୍କ ଉପରେ ପସ୍କୋ ଆକ୍ଟ ସମେତ ଅଲଗା ଅଲଗା ୬ଟି ଧାରାରେ ମାମଲା ଦାୟର ହୋଇଥିଲା । ସୁନୀଲଙ୍କୁ ଗିରଫ କରାଯିବା ସହିତ ନିଲମ୍ବିତ କରିବାର ଆଦେଶ ମଧ୍ୟ ଜାରି କରାଯାଇଛି । ଏସଡିଏମଙ୍କ ବିରୋଧରେ ଏକାଧିକ ଗମ୍ଭୀର ଅଭିଯୋଗ ଆସିଛି । ଛାତ୍ରୀଙ୍କ ଅଣ୍ଟାକୁ ସ୍ପର୍ଶ କରିବା, ମୁଣ୍ଡରେ କିସ କରିବା, ବଳପୂର୍ବକ ଆଲିଙ୍ଗନ କରିବା, ପିରିୟଡସକୁ ନେଇ ପ୍ରଶ୍ନ କରିବା ଆଦି ସାମିଲ ରହିଛି ।

Get real time updates directly on you device, subscribe now.