fbpx
BSKY
BJD MC SKY
BJD YOUTH SKY

ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ; ଜଳ, ସ୍ଥଳ, ଆକାଶ ଏକ କରି ସାରିଲେଣି ଉଦ୍ଧାରକାରୀ ଦଳ , ତଥାପି ମିଳୁନିି ୨୦ ଲୋକଙ୍କ ସନ୍ଧାନ

ଡେରାଡୁନ: ଶୁକ୍ରବାର ମଧ୍ୟରାତ୍ରୀରେ ଆସିଥିବା ଭୂୂସ୍ଖଳନରେ ନିଖୋଜ ହୋଇଥିବା ୨୦ ଲୋକଙ୍କର ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଲଗାତର ଏହି ନିଖୋଜ ଲୋକଙ୍କ ସନ୍ଧାନରେ ଜଳ,ସ୍ଥଳ, ଆକାଶ ଏକାଠି କରିଦେଇଥିଲେ ବି ଏମାନଙ୍କର କୌଣସି ସନ୍ଧାନ ମିଳିନାହିଁ । ଏହି ଲୋକମାନେ କେଦାରନାଥ ଯାଉଥିବା ସମୟରେ ଗୌରୀକୁଣ୍ଡରେ ଅଚାନକ ବନ୍ୟା ପରେ ଆସିଥିବା ଭୂସ୍ଖଳନରେ ନିଖୋଜ ହୋଇଯାଇଥିଲେ ।

ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରୀରେ ଏହି ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ବରସାତୀ ଝରଣା ନିକଟରେ ଓ ମନ୍ଦାକିନୀ ନଦୀ ଠାରୁ ପ୍ରାୟ ୫୦ମିଟର ଉପରେ ଥିବା ୩ ଗୋଟି ଦୋକାନ ଭାସି ଯାଇଥିଲା । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ମନ୍ଦାକିନୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ।

ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦନ ସିଂହ ରଜୱାର କହିଛନ୍ତି ଏନଡିଆରଏଫ, ଏସଡିଆରଏଫ୍, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରବିବାର ଧାରୀ ଦେବୀ ଠାରୁ କୁଣ୍ଡ ବ୍ୟାରେଜ ପର୍ଯ୍ୟନ୍ତ ଡ୍ରୋନ୍ ସହାୟତାରେ ନିଖୋଜ ଲୋକଙ୍କ ସନ୍ଧାନ କରୁଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନାହିଁ । ତେବେ ମଝିରେ ମଝିରେ ଭୀଷଣ ବର୍ଷା ଓ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ପ୍ରାୟ ୬ କିଲୋମିଟର ଅଞ୍ଚଳ ଭୂସ୍ଖଳନ ମାମଲାରେ ଅତ୍ୟଧିକ ସମ୍ବେଦନଶୀଳ । ଶୁକ୍ରବାର ଏହି ଘଟଣାରେ ୩ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ଆହୁରି ୨୦ ଲୋକ ନିଖୋଜ ଅଛନ୍ତି । ଅଧିକାଂଶ ପୀଡିତ ନେପାଳର ଥିଲେ । ପୋଲିସ ଏବେ ଏହି ସମସ୍ତ ନିଖୋଜ ବ୍ୟକ୍ତିଙ୍କ ନାମ ଜାରି କରିଛି ।

Get real time updates directly on you device, subscribe now.