fbpx

ମାଲକାନଗିରି: ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ।

ମାଲକାନଗିରି, 26/10: ମାଲକାନଗିରି ସୁରକ୍ଷା ବଳ କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ଗୋରାସେତୁ, ବେଜିଂ, ମୁକଡୀପାଲି ଆଦି ସ୍ଥାନରେ ଏସ ଓ ଜି ଓ ବିଏସଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରେ ବ୍ୟପକ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଥିବା ଜଣା ପଡିଥିଲା ।

ଘଟଣା ସ୍ଥଳରେ ଅଧିକ ଖୋଜା ଖୋଜି କରିବାରୁ ଗୋଟିଏ ହାତ ତିଆରି ବନ୍ଧୁକ, ଡିଟୋନେଟର, ବାରୁଦ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା। ଏହି ସବୁ ସାମଗ୍ରୀ କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ମାଓବାଦୀ ମାନେ ଲୁଚାଇ ରଖିଥିବା ଅନୁମାନ କରଯାଉଛି ।

Get real time updates directly on you device, subscribe now.