fbpx

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହଡ଼ରେ ଗୁଳି ବିନିମୟ ରହିଥିବା ଜାରି ରହିଛି । ଏହି ଘଟଣାରେ ୨ ମାଓବାଦୀଙ୍କ ପ୍ରାଣହାନୀ ଘଟିବାର ବି ଖବର ମିଳିଛି । ଏହି ଘଟଣା ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା କୁହାଯାଉଛି ।

ସୂଚନା ମୁତାବକ ଗନ୍ଧମାର୍ଦ୍ଦନ ପାହଡ ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲା ମଧ୍ୟରେ ଅବସ୍ଥିତ । ଏହି ପାହାଡ଼ରେ ଔଷଧ ବୃକ୍ଷ ବହୁ ମାତ୍ରାରେ ଉପଲବ୍ଧ । ସେଠାରେ ନକ୍ସଲ ମାନେ ରହୁଥିବା ସୂଚନା ପାଇ ସୁରକ୍ଷା କର୍ମୀ ପହଁଚିଥିଲେ ପାହାଡ଼ର ଜଙ୍ଗଲରେ ।

ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବର୍ଷା ହୋଇଥିଲା । ଏମିତି କିଛି ସମୟ ଚାଲିବା ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ନକ୍ସଲ ନିହତ ହୋଇଥିଲେ । ମୃତ ମାଓବାଦୀ ମାନଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହା ସହ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରହିଛି ଗନ୍ଧମାର୍ଦ୍ଦନ ପାହାଡ଼ରେ ।

Get real time updates directly on you device, subscribe now.