ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି

ପୁରୀ: ସୁରକ୍ଷା ବଳୟରେ ପୁରୀ। ଆଉ ଦିନକ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ସୁରକ୍ଷା କଡ଼ାକଡ଼ି ହୋଇଛି। ସୁରକ୍ଷା ଦାୟିତ୍ୱରେ 200 ପ୍ଲାଟୁନ ପୁଲିସ ମୁତୟନ ହେବା ସହିତ ସହଯୋଗ କରିବେ 12 ଶହ ଅଫିସର।

ଖାଲିସେତିକି ନୁହେଁ, ଚଳିତ ବର୍ଷରେ 8 ଟି ଭାଗରେ ପୁଲିସ ବ୍ୟବସ୍ଥା ବିଭକ୍ତ ହୋଇଥିବାବେଳେ ରଥଯାତ୍ରା ସୁରକ୍ଷାରେ 21 ଆଇପିଏସ ନିୟୋଜିତ ହେବେ।

ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା ରହିବ। ନୂଆ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ । ମୋଟ 275ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।

ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ । ଲାଇଭ୍ ଫିଡ ଦେଖି ସବୁ କିଛି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ । ଟ୍ରାଫିକ ପାଇଁ ସ୍ବତନ୍ତ୍ର ପ୍ଲାନ ଓ ଆଣ୍ଟି ଡ୍ରୋନ ବି କାମ କରିବ ।