fbpx
BSKY
BJD MC SKY
BJD YOUTH SKY

ମଦନିଶାକୁ ରୋକିବ Semaglutide ମେଡିସିନ! ବାରମ୍ବାର ପିଇବାକୁ ଇଚ୍ଛା ହେବନି, ରିସର୍ଚ୍ଚରୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ମଦପାନ ପରି ଏକ କୁଅଭ୍ୟାସ ଆଜି ଆମ ସମାଜ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ମଦ୍ୟପାନ କାରଣରୁ ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା, ଲିଭର କିରୋସିସ, କ୍ୟାନସର ଆଦି କାରଣରୁ ଭାରତରେ ପ୍ରତିବର୍ଷ ୨.୬ ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବା ଗତ ୨୦୧୮ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଜିର ସମୟରେ ମଦ ପରି ଏକ ଭୟଙ୍କର ନିଶାକୁ ନିୟନ୍ତ୍ରଣ କରିବା ଏକ କଠିନ ବ୍ୟାପାର । ତେବେ ଡାଇବେଟିସ ମେଡିସିନ ମଦ ନିଶାକୁ ରୋକିପାରିବ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଡାଇବେଟିସ ରୋଗୀ ବ୍ୟବହାର କରୁଥିବା ସେମାଗ୍ଲୁଟାଇଡ ଓଜନ ହ୍ରାସ କ୍ଷେତ୍ରରେ ଏକ ମ୍ୟାଜିକ ଭଳି କାମ କରୁଥିବା ବେଳେ ଏହା ମଦନିଶା ହ୍ରାସ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି ।

ଗବେଷକମାନେ ମୂଷା ଉପରେ ଏହାର ପରୀକ୍ଷଣ କରି ସଫଳ ହୋଇଥିବା ବେଳେ ବାରମ୍ବାର ମଦ ପିଇବାର ଇଚ୍ଛାକୁ ଏହି ମେଡିସିନ କମ୍ କରିପାରିବ । ସ୍ୱେଡେନର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିବା ବେଳେ ଏହି ରିସର୍ଚ୍ଚ ରିପୋର୍ଟ ଇବାୟୋମେଡିସିନ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରଥମେ କିଛି ମୂଷାଙ୍କୁ ୯ ସପ୍ତାହ ପର୍ଯ୍ୟନ୍ତ ମଦ ପିଇବାକୁ ଦିଆଯାଇଥିଲା । ମୂଷାଙ୍କୁ ମଦର ନିଶା ଲାଗିଯିବା ପରେ ଗବେଷକମାନେ ସେମାଗ୍ଲୁଟାଇଡ୍ ଖାଇବାକୁ ଦେଇଥିଲେ ଓ ତା’ର ପ୍ରଭାବ ଉପରେ ନିରୀକ୍ଷଣ କରିଥିଲେ । ତେବେ ସେମାଗ୍ଲୁଟାଇଡ୍ ସେବନ କରିବା ପରେ ମୂଷାଙ୍କ କ୍ଷେତ୍ରରେ ମଦ ନିଶା ହ୍ରାସ ପାଇଥିଲା । ତେଣୁ ଏହି ମେଡିସିନକୁ ମଣିଷ ଉପରେ ଟେଷ୍ଟିଂ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ବରୁ ସେମାଗ୍ଲୁଟାଇଡ କେବଳ ଇନସୁଲିନ୍ ଇଞ୍ଜେକସନ ଭାବେ ଉପଲବ୍ଧ ହେଉଥିବା ବେଳେ ଏବେ ତାହା ଟାବଲେଟ୍ ଭାବେ ମିଳୁଛି ।

Get real time updates directly on you device, subscribe now.