fbpx

ସେମିକଣ୍ଡକ୍ଟର ନିର୍ମାଣକାରୀ କମ୍ପାନୀକୁ ୫୦ ପ୍ରତିଶତ ସବସିଡ୍‌, ଅଫର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତରେ ସେମିକଣ୍ଡକ୍ଟର ପ୍ରସ୍ତୁତକାରୀ କମ୍ପାନୀକୁ ୫୦% ସବସିଡ୍ ପ୍ରଦାନ କରିବେ କେନ୍ଦ୍ର ସରକାର। ଶୁକ୍ରବାର ଦିନ ଏହା ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେମି କଣ୍ଡକ୍ଟର ଶିଳ୍ପ ପାଇଁ ତାଙ୍କ ସରକାର ଅନେକ ସୁବିଧା ଯୋଗାଇ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ସେମିକଣ୍ଡକ୍ଟର ଶିଳ୍ପର ଦୃଢ଼ ଅଭିବୃଦ୍ଧି ଘଟିବ।

ଗୁଜରାଟ ଗାନ୍ଧିନଗରରେ ସେମିକନ୍ ଇଣ୍ଡିଆ ସମ୍ମିଳନୀ ଉଦଘାଟନ କରିବା ପରେ ମୋଦୀ କହିଛନ୍ତି ଯେ ଦେଶରେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରାଯାଉଛି। ସେ କହିଛନ୍ତି, “ଆମେ ସେମିକନ୍ ଇଣ୍ଡିଆ ଅଧୀନରେ ପ୍ରୋତ୍ସାହନ ଦେଉଛୁ। ଏହାକୁ ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ୫୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମିକଣ୍ଡକ୍ଟର ନିବେଶ ପାଇଁ ଆମେ ଏକ ହବ୍ ପ୍ରସ୍ତୁତ କରୁଛୁ । ଦୁନିଆକୁ ଏକ ବିଶ୍ୱସନୀୟ ଚିପ୍ ପ୍ରଦାନକାରୀ ଆବଶ୍ୟକ ଅଛି । ସେହିଭଳି ଭାରତରେ ସେମିକଣ୍ଡକ୍ଟର ଡିଜାଇନ୍ ଶିକ୍ଷା ପ୍ରଦାନ ପାଇଁ ୩୦୦ କଲେଜକୁ ଚିହ୍ନଟ କରାଯାଇଛି । ସେ କହିଛନ୍ତି ଯେ ଦୁନିଆରେ ଘଟିଥିବା ପ୍ରତ୍ୟେକ ଶିଳ୍ପ ବିପ୍ଳବ ପଛରେ ଲୋକଙ୍କ ଆକାଂକ୍ଷା ରହିଛି । ଏହା ସହିତ ମୋଦୀ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଭାରତର ଆକାଂକ୍ଷା ହେବ ।

ସେହିଭଳି ଆଗାମୀ ଦିନରେ ଭାରତରେ ସେମିକଣ୍ଡକ୍ଟର ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଏକ ବର୍ଷ ପୂର୍ବେ ଲୋକମାନେ ପଚାରୁଥିଲେ ଯେ ସେମାନେ କାହିଁକି ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବେ ଏବଂ ବର୍ତ୍ତମାନ ସେମାନେ କାହିଁକି ଭାରତରେ ନିବେଶ କରିବେ ନାହିଁ ବୋଲି ପଚାରୁଛନ୍ତି। ଦୁନିଆରେ ଘଟିଥିବା ପ୍ରତ୍ୟେକ ଶିଳ୍ପ ବିପ୍ଳବ ବିଭିନ୍ନ ସମୟରେ ଲୋକଙ୍କ ଆକାଂକ୍ଷା ଦ୍ୱାରା ଅନୁପ୍ରାଣିତ ହୋଇଥିଲା ଏବଂ ସେ ବିଶ୍ୱାସ କରନ୍ତି ଯେ ଚତୁର୍ଥ ଶିଳ୍ପ ବିପ୍ଳବ ଯାହା ବର୍ତ୍ତମାନ ସାକ୍ଷୀ ହେଉଛି ତାହା ଭାରତର ଆକାଂକ୍ଷା ଦ୍ୱାରା ଅନୁପ୍ରାଣିତ ହୋଇଛି।

Get real time updates directly on you device, subscribe now.