fbpx
BJD SKY
BJD SKY

ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପରଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନ୍ୟତମ ଜନବାଦୀ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ କୁମାର ହସନ ଆଉ ନାହାନ୍ତି । ଚିକିତ୍ସାଧିନ ଅବସ୍ଥାରେ ହସନଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । କିଛିଦିନ ତଳେ ତାଙ୍କର ବ୍ରେନରେ ଟ୍ୟୁମର ଚିହ୍ନଟ ହୋଇଥିଲା । ତାଙ୍କର ପରଲୋକରେ ରାଜ୍ୟ ଓ ରାଜ୍ୟ ବାହାରର ସାରସ୍ୱତ ସାଧକ ମହଲରେ ଶୋକର ଲହରୀ ଖେଳିଯାଇଛି । ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ଜାତୀୟ ଓ ପ୍ରାଦେଶିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ହସନ ତାଙ୍କର ଜୀବନ କାଳରେ ୬୦ରୁ ଅଧିକ ପୁସ୍ତକ ରଚନା କରି ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିଯାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଇଂରାଜୀ, ଫରାସୀ, ଜର୍ମାନ, ରୁଷୀୟ, ଚିନୀ ପରି ବହୁ ବିଦେଶୀ ଭାଷା ଓ ହିନ୍ଦି, ଉର୍ଦ୍ଦୁ, ବଙ୍ଗଳା, ଅହମିଆ, ପଞ୍ଜାବୀ, ମରାଠୀ, ତେଲୁଗୁ ପରି ଅନେକ ଭାରତୀୟ ଭାଷାରେ ଅନୁବାଦ କରାଯାଇଛି । ତାଙ୍କର ସାମ୍ବାଦିକତା ଓ ସାହିତ୍ୟରେ ବିଶ୍ୱସ୍ତରୀୟ ସଂଘର୍ଷର କାହାଣୀ ପ୍ରତିଫଳିତ ହେଉଥିଲା ।

୧୯୯୭ରୁ ୨୦୧୮ ମସିହା ପର୍ଯ୍ୟନ୍ତ ହସନ ଦୈନିକ ଖବରକାଗଜ ‘ସମାଜ’ର ସହସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ସାହିତ୍ୟ ପତ୍ରିକାର ସମ୍ପାଦକ, ଅତିଥି ସମ୍ପାଦକ ମଧ୍ୟ ଥିଲେ । ଦୁଇବର୍ଷ ତଳେ ହସନଙ୍କର ପତ୍ନୀ ବିଲକିସ୍ ଜାହାଁ ବେଗମଙ୍କର ବିୟୋଗ ଘଟିଥିଲା । କାହାଣୀ ‘ଡୁମା’, କବିତା ସଙ୍କଳନ ‘ଇତି, ତୁମର ମୁଁ’, ପ୍ରବନ୍ଧ ସମ୍ବଲପୁର ଲୋକସାହିତ୍ୟ, ସମ୍ବପୁରର ସ୍ୱାଧିନତା ସଂଗ୍ରାମୀ, ଭାରତୀୟ ସ୍ୱାଧିନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ଯୋଗଦାନ ଆଦି ସେ ରଚନା କରିଯାଇଛନ୍ତି । ତାଙ୍କର ରଚିତ କବିତା ‘ବୋଦୁମୁଣ୍ଡା’କୁ ସର୍ବଭାରତୀୟ ସ୍ତରରେ ୨୫ଟି ଭାଷାରେ ଅନୁବାଦ କରାଯାଇଥିଲା ।

Get real time updates directly on you device, subscribe now.