fbpx
BJD SKY
BJD SKY

ସେନସେକ୍ସ ବଜାରରେ ଭାରତ-କାନାଡା ଟେନସନର ପ୍ରଭାବ, ୩ ଦିନରେ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି

BJD

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତର ୧୧ ଦିନ ସେନସେକ୍ସ ବଜାରରେ କାରବାର ତୋଫାନ ପରି ଆଗକୁ ବଢି ଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ବଜାରରେ ହାହାକାର ସୃଷ୍ଟି ହୋଇଛି । ୩ ଟି କାର୍ଯ୍ୟଦିବସରେ କାରବାର ୧୬୦୦ଅଙ୍କ ତଳକୁ ଖସି ଆସିଛି । ଏହି କାରଣରୁ ଦଲାଲ ଷ୍ଟ୍ରୀଟ୍ ନିବେଶକ ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ସୋମବାର ସେନସେକ୍ସ ୨୪୨ ଅଙ୍କ, ବୁଧବାର ୭୯୬ ଅଙ୍କ ଓ ଗୁରୁବାର ୫୭୦ ଅଙ୍କରୁ ଅଧିକ ଖସି ଆସିଛି । ଫଳରେ ଚଳିତ ସପ୍ତାହରେ ମୋଟ କ୍ଷତି ୧୬୦୮ ଅଙ୍କ ହୋଇଛି । ଗଣେଶ ଚତୁର୍ଥୀ କାରଣରୁ ମଙ୍ଗଳବାର ବଜାର ବନ୍ଦ ଥିଲା । ଏହାରି ମଧ୍ୟରେ ବିଏସଇରେ ତାଲିକାବଦ୍ଧ ସମସ୍ତ କମ୍ପାନୀର ମାର୍କେଟ କ୍ୟାପିଟାଲ ମଧ୍ୟ ହ୍ରାସ ପାଇ ୩୧୮ କୋଟି ଟଙ୍କା ହୋଇଯାଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ସେନସେକ୍ସ ବଜାରରେ ଏହି ହାହାକାରର କାରଣ କ’ଣ ?

ବଜାରରେ କାରବାର ହ୍ରାସର ସବୁଠାରୁ ପ୍ରମୁଖ କାରଣ ଆମେରିକା ଫେଡେରାଲ ରିଜର୍ଭର ସଂକେତ । ଯଦିଓ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧିର ବିକଳ୍ପ ଚୟନ କରିନାହିଁ ତଥାପି ଚଳିତ ବର୍ଷ ଏହା ଆଉ ଏକ ବୃଦ୍ଧିର ସୂଚନା ଦେଇଛି । ଏହାକୁ ଲକ୍ଷ୍ୟ କରି ନିବେଶକ ମାନ୍ଦାବସ୍ଥାର ଆଶଙ୍କା କରି ବଜାର ପ୍ରତି ଆଶା ହରାଇଛନ୍ତି । ଏବେ ଆମେରିକାରେ ମୁଦ୍ରାସ୍ଫୀତି ବହୁତ ଉଚ୍ଚରେ ରହିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ଫେଡ୍ ରିଜର୍ଭ ଲଗାତର ସୁଧ ହାର ବୃଦ୍ଧି କରୁଛି । ଏହାଦ୍ୱାରା ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି ।

ଏହା ବ୍ୟତିତ ବିଶ୍ୱ ସ୍ତରରେ ଅଶୋଧିତ ତୈଳର ଦରବୃଦ୍ଧି ଏକ ବିଶେଷ ପ୍ରକାର ନିବେଶକଙ୍କ ଟେନସନ ବୃଦ୍ଧି କରିଛି । ବଜାର ବିଶ୍ଲେଷକଙ୍କ ମତ ଅଶୋଧିତ ତୈଳ ଦର ଖୁବ୍ ଶୀଘ୍ର ବ୍ୟାରେଲ ପ୍ରତି ୧୦୦ ଡଲାର ଛୁଇଁବ । ଏକ ମଜଭୁତ ଡଲାର ସାଧାରଣତଃ ଅନ୍ୟ ମୁଦ୍ରା ଉପଯୋଗ କରୁଥିବା କ୍ରେତାଙ୍କ ଲାଗି ତେଲ ପରି ସାମଗ୍ରୀକୁ ଅଧିକ ମହଙ୍ଗା କରିଦେବ ।
ଏହା ବ୍ୟତିତ ଭାରତ ଓ କାନାଡା ମଧ୍ୟରେ ଟେନସନର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଛି । ବଜାରରେ ଏପରି ବହୁ ସେୟାର ରହିଛି ଯାହା ଉପରେ କାନାଡାର ନିବେଶ ଫଣ୍ଡର ଦାବୀ ରହିଛି ।

Get real time updates directly on you device, subscribe now.