fbpx

‘ଶାରୀରିକ ସମ୍ବନ୍ଧ ନରଖିଲେ ମିଳିବନି ଖାଦ୍ୟ’-କ୍ୱାରେଣ୍ଟାଇନରେ ମହିଳାଙ୍କୁ ଧମକ

ସାରା ଦେଶରେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ବି କିଛି ଲୋକ ନିଜ ପ୍ରକୃତି ଛାଡୁନାହାନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ରରେ ମହିଳାଙ୍କୁ ଖାଦ୍ୟ ବଦଳରେ ଶାରୀରିକ ସମ୍ପନ୍ଧ ରଖିବାକୁ ଧମକ ଦିଆଯାଉଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମହାରାଷ୍ଟ୍ରର ଅମରାବତୀରେ ଥିବା ଏକ ଆଇସୋଲେସନ କେନ୍ଦ୍ରରେ ଘଟିଯାଇଛି ।

ସୂଚନା ମୁତାବକ, ଅମରାବତୀ ଜିଲ୍ଲା ଅନ୍ତର୍ଗତ ରାଜଦୀ ଗାଁରେ ଏକ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ହୋଇଛି । ଏଠାରେ ମୁମ୍ବାଇରୁ ଫେରିଥିବା ଜଣେ ମହିଳା ନିଜ ପରିବାର ସହ ୧୪ ଦିନ କ୍ୱାରେଣ୍ଟାଇନରେ ରହିଛନ୍ତି । କିନ୍ତୁ ଗାଁର ପାଟିଲ ରଞ୍ଜିତ ନାମକ ଜଣେ ବ୍ୟକ୍ତି ମଦ ପିଇ ମହିଳାଙ୍କୁ ଅଶ୍ଳୀଳ ଭାଷାରେ କହିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ରୟାସ କରିଥିଲା । ଏପରିକି ଶରୀରିକ ସମ୍ପନ୍ଧ ନରଖିଲେ ଖାଦ୍ୟ ଦିଆଯିବ ନାହିଁ ବୋଲି ସେ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲା । ଏହା ପରେ ମହିଳାଜଣକ ଏହାକୁ ବିରୋଧ କରିବା ସହ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ରଞ୍ଜିତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.