fbpx

ବିପଦରେ ଶାକିବଙ୍କ କ୍ରିକେଟ କ୍ୟାରିୟର? ବ୍ୟାନ୍ ଲଗାଇପାରେ ବାଂଲାଦେଶ ବୋର୍ଡ, ଆସିଲା ନୋଟିସ୍

ନୂଆଦିଲ୍ଲୀ : ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ କ୍ୟାରିୟର ଉପରେ ଝୁଲୁଛି ଖଣ୍ଡା । ବର୍ତ୍ତମାନ ପାକିସ୍ତାନରେ ସେ ଟେଷ୍ଟ ସିରିଜ ଖେଳୁଥିବା ବେଳେ କ୍ରିକେଟରେ ତାଙ୍କ ଭବିଷ୍ୟତ ଏବେ ବିପଦ ଗେରରେ ପହଞ୍ଚିଛି । ଶାକିବଙ୍କୁ ବ୍ୟାନ କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ପାଖରେ ପହଞ୍ଚିଛି ଲିଗାଲ୍ ନୋଟିସ ପଠାଯାଇଛି । ହତ୍ୟା ମାମଲାରେ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ବର୍ତ୍ତମାନ ତାଙ୍କୁ କ୍ରିକେଟରୁ ବାସନ୍ଦ କରିବା ପାଇଁ ଦାବି ଉଠିଛି । ତେବେ ତାଙ୍କୁ ବ୍ୟାନ୍ କରାଗଲେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡରଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇପାରେ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଶାକିବଙ୍କ ନାଁରେ ବାଂଲାଦେଶ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ କ୍ରିକେଟର ସବୁ ଫର୍ମାଟରୁ ବ୍ୟାନ କରାଯାଉ ବୋଲି ନୋଟିସରେ କୁହାଯାଇଛି । ଅଗଷ୍ଟ ୭ ତାରିଖରେ ବାଂଲାଦେଶରେ ଦେଖା ଦେଇଥିବା ହିଂସାରେ ରୁବେଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ବାପା ରଫିକୁଲ ଇସଲାମ ଏ ନେଇ ଶାକିବଙ୍କ ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ରଫିକୁଲଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ଶାକିବଙ୍କ ନାଁରେ ଏହି ହତ୍ୟା ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି । ଶାକିବଙ୍କ ବିରୋଧରେ ଅଭିଯୋଗ ଦାୟର ହେବା ପରେ ତାଙ୍କୁ କ୍ରିକେଟରୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି । ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ବୋର୍ହ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । କିନ୍ତୁ ଯଦି ଶାକିବଙ୍କ ବ୍ୟାନ୍ ପାଇଁ ବୋର୍ଡ ତରଫରୁ ଆଦେଶ ଦିଆଯାଏ, ତେବେ ଏହା ଷ୍ଟାର ଅଲରାଉଣ୍ଡରଙ୍କ ପାଇଁ ବଡ଼ ବିପଦ ହୋଇ ଠିଆ ହେବ ।

ଅଦାବୋରରେ ଥିବା ରିଙ୍ଗ ରୋଡରେ ଆୟୋଜିତ ରାଲିରେ ରୁବେଲ ସାମିଲ ହୋଇଥିଲେ । ଏହି ସମୟରେ ରୁବେଲଙ୍କ ଛାତି ଓ ତଳି ପେଟରେ ଗୁଳି ମାଡ଼ ହେବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପଛରେ ସାକିବ ଥିବା ରୁବେଲଙ୍କ ବାପା ଅଭିଯୋଗ କରିଥିଲେ । ଏନେଇ ସେ ଢାକା ପୁଲିସ୍ ଷ୍ଟେସନରେ ସାକିବଙ୍କ ସମେତ ଅନେକ ଲୋକଙ୍କ ନାଁରେ ଏଫଆଇଆର ଦେଇଥିଲେ । ପୁଲିସ୍ ରୁଜୁ କରିଥିବା ମାମଲରେ ଶାକିବ ହେଉଛନ୍ତି ୨୮ତମ ଅଭିଯୁକ୍ତ ।

Get real time updates directly on you device, subscribe now.