Breaking: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ
-ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିବା ବେଳେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ।
ଭୁବନେଶ୍ବର; ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ । ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି ।
ସମ୍ବଲପୁର ନିକଟରେ ଏହି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏନେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି ।
ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ସକାଳ 9ଟା 20 ସମୟରେ ଏହି ଘଟଣା ଘଟିଛି ।
ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିବା ବେଳେ ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛ । ତେବେ ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ରହିଛି । ତେବେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଛ । ଘଟଣାସ୍ଥଳରେ ଡିଆରଏଫ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କେଉଁ କାରଣରୁ ଲାଇନଚ୍ୟୁତ ହେଲା ତାହାର କାରଣ ଜଣାପଡି ନାହିଁ ।