fbpx

ପୁଣି ଲଜ୍ଜା: ନାବାଳିକକୁ ଗଣଦୁର୍ଷ୍କମ; ଧରାପଡିଲେ ୭ଜଣ

ହରିୟାଣା: ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢିଚାଲିଛି ଅପରାଧ । କେତେବେଳେ ମହିଳା ତ ଆଉ କେତେବେଳେ ଯୁବତୀ । କିନ୍ତୁ ଏବେ ଶିଶୁମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି । କରୋନା କାଳରେ ଘଟିଛି କଳଙ୍କିତ ଘଟଣା ।  ଏକ ୧୦ ବର୍ଷର ନାବାଳିକ ଦୁଷ୍କର୍ମର ଶିକାର ହୋଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାର ରେୱାଡିରେ । ଗତ ମେ ମାସ ୨୪ ତାରିଖରେ ହରିୟାଣାର ରେୱାଡିରେ ଏକ ପଡିଆରେ କିଛି ପିଲା ଖେଳୁଥିବା ସମୟରେ ଏକ ସ୍କୁଲ ମଧ୍ୟକୁ ଚାଲିଯାଇଥିଲେ । ସେଠାରେ ୭ ଜଣ ନାବାଳକ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହଁ ଦୁଷ୍କର୍ମ ପରେ ଭିଡିଓ କରି ବାଳକମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣା ଏକ ସପ୍ତାହ ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ଯେତେବେଳେ ସୋସିଆଲ ମିଡିଆରେ ପୀଡିତାଙ୍କ ପଡୋଶୀମାନେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେଖିବାକୁ ପାଇଥିଲେ । ଏହାପରେ ପୀଡିତାଙ୍କ ପରିବାରକୁ କୁହାଗଲା ପରେ ପୋଲିସ୍ରେ ଅଭିଯୋଗ କରାଯାଇଥିଲା ।

ପୀଡିତାଙ୍କ ପରିବାର ଲୋକେ ୯ଜୁନରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ରେୱାଡିର ଡିଏସପି ହଂସରାଜ୍ କହିଛନ୍ତି ଯେ ଏହି ମାମଲା ମହିଳା ପୋଲିସ୍ ଥାନରେ ରୁଜୁ ହୋଇଛି । ଦୁଷ୍କର୍ମ କରିଥିବା ୭ ଜଣଙ୍କୁ ୧୮ ବର୍ଷରୁ ହୋଇଥିବା ବେଳେ ୬ଜଣ ୧୮ ବର୍ଷରୁ କମ୍ ବୟସ । ଡିଏସପି ହଂସରାଜ କହିଛନ୍ତି ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତମାନଙ୍କୁ ସଙ୍ଗେ ସଙ୍ଗେ ଧରାଯାଇଥିଲା ।

Get real time updates directly on you device, subscribe now.