fbpx

ଏହିଦିନ ପଡୁଛି ଶନି ଜୟନ୍ତୀ, ଜାଣି ନିଅନ୍ତୁ ଏହିଦିନ କ’ଣ କରିବା ଓ କ’ଣ ନ କରିବା ଉଚିତ?

AAKASH

ଓଡ଼ିଶା ଭାସ୍କର: ଶନି ଜୟନ୍ତୀ ଭଗବାନ ଶନିଙ୍କ ପୂଜା ଲାଗି ବହୁତ ଖାସ୍ ଦିନ ହୋଇଥାଏ । ଏଥର ଶନି ଜୟନ୍ତୀ ଜୁନ୍ ୬ ରେ ପାଳନ କରାଯିବ । କୁହାଯାଏ ଯେଉଁମାନେ ଏହିଦିନ ଶ୍ରଦ୍ଧାର ସହ ଉପବାସ କରିଥାନ୍ତି ସେମାନଙ୍କୁ ମନ ଚାହିଁ ଫଳ ମିଳିଥାଏ । ଏହା ସହିତ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହି କ୍ରମରେ ଏହିଦିନର ମହତ୍ତ୍ୱ ଏବଂ ଏହିଦିନ କ’ଣ କରିବା ଓ ନ କରିବା ଉଚିତ ଆସନ୍ତୁ ଜାଣିବା ।
ହିନ୍ଦୁ ଧର୍ମରେ ଶନି ଦେବଙ୍କ ପୂଜା ବହୁତ କଲ୍ୟାଣକାରୀ ମନେ କରାଯାଏ । ମାନ୍ୟତା ରହିଛି କି ଶନିଦେବଙ୍କ ପୂଜା କରିବା ଦ୍ୱାରା ଜୀବନରେ ସକରାତ୍ମକତା ଆସିଥାଏ । ଏହା ସହିତ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଶନି ଜୟନ୍ତୀ ଦିନ ଭଗବାନ ଶନିଙ୍କ ପୂଜା ଲାଗି ବହୁତ ଖାସ୍ ହୋଇଥାଏ ।
ଶନି ଜୟନ୍ତୀରେ କ’ଣ କରିବେ:
ଏହିଦିନ ପବିତ୍ର ଗଙ୍ଗା ନଦୀରେ ବୁଡ ପକାନ୍ତୁ । ଶନି ଦେବଙ୍କ ଲାଗି ବ୍ରତ ରଖନ୍ତୁ ଓ ତାଙ୍କ ଆଶୀର୍ବାଦ ପାଆନ୍ତୁ । ଶନିଦେବଙ୍କ କୃପା ପାଇବାକୁ ହନୁମାନ ଚାଳିଶା ୭ କିମ୍ବା ୧୧ଥର ପାଠ କରନ୍ତୁ । ଶନି ଦେବଙ୍କୁ ପ୍ରସନ୍ନ କରିବା ଲାଗି ଅଶ୍ୱତ୍ଥ ଗଛ ମୂଳେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହିଦିନ ଦାନ ପୁଣ୍ୟ ନିଶ୍ଚୟ କରନ୍ତୁ । ଗରୀବ ଅସହାୟଙ୍କୁ ସାହାଯ୍ୟ କରନ୍ତୁ । ଏହିଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଭଗବାନ ଶନିଙ୍କ ଗାୟତ୍ରୀ ମନ୍ତ୍ର କିମ୍ବା ମହାମନ୍ତ୍ର ପଢନ୍ତୁ ।
କ’ଣ କରିବା ଅନୁଚିତ:
ଶନି ଜୟନ୍ତୀ ଦିନ କାହାର ବି ଅପମାନ କରନ୍ତୁ ନାହିଁ । ନିଜ ଅଧସ୍ତନ କର୍ମଚାରୀ କିମ୍ବା ଘରୋଇ ସହାୟକଙ୍କ ସହ କୌଣସି ପ୍ରକାର ଖରାପ ବ୍ୟବହାର କରନ୍ତୁ ନାହିଁ । ଏହିଦିନ ତାମସିକ ଭୋଜନ ଯେପରିକି ମାଂସ,ମଦ ସେବନ କରନ୍ତୁ ନାହିଁ । ଏହି ସମୟରେ କାହାର ବି କୌଣସି ପ୍ରକାର କ୍ଷତି କରନ୍ତୁ ନାହିଁ କି କ୍ଷତି ଚିନ୍ତା ବି କରନ୍ତୁ ନାହିଁ ।

Get real time updates directly on you device, subscribe now.