fbpx

ସରକାର ବଞ୍ଚାଇବାକୁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି ଶରଦ ପାୱାର, ଏପଟେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଶିବସେନା 

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ବଞ୍ଚାଇବାକୁ ଶେଷ ପ୍ରୟାସ କରୁଛନ୍ତି। ଏହାରି ମଧ୍ୟରେ ଆସିଥିବା ଖବର ମୁତାବକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଆଜି ଜରୁରୀ ବୈଠକ ଡାକିଛି। ପାର୍ଟି ମୁଖ୍ୟ ଶରଦ ପାୱାର ଆଜି ସକାଳେ ତାଙ୍କ ବାସଭବନ ସିଲଭର ଓକ ଠାରେ ଏକ ବୈଠକ ଡାକିଛନ୍ତି।
ମହାରାଷ୍ଟ୍ରରେ ତାଜା ଖବର ଅନୁଯାୟୀ ଶିବସେନାରେ ଏବେ ସରକାର ନୁହେଁ ପାର୍ଟି ବଞ୍ଚାଇବାକୁ ପ୍ରୟାସ ମଧ୍ୟ ଚାଲିଛି। ଏଭଳି ସମୟରେ ପୁଣି ଥରେ ଉଦ୍ଧବ ସରକାରଙ୍କ ପାଇଁ ଶରଦ ପାୱାର ସାରଥୀ ସାଜୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ସରକାରକୁ ବଞ୍ଚାଇବାକୁ ଆଗକୁ କ’ଣ ରଣନୀତି ହେବ ସେ ନେଇ ଆଜି ବୈଠକରେ ଆଲୋଚନା କରି ପାରନ୍ତି। ମାହାରଷ୍ଟ୍ରର ବର୍ତ୍ତମାନ ରାଜନୈତିକ ସ୍ଥିତି ଦୃଷ୍ଟିରୁ ଏହି ବୈଠକକୁ ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି କୁହାଯାଉଛି।
ସେହିଭଳି ଶିବସେନା ମଧ୍ୟ ଆଜି ମଧ୍ୟାହ୍ନ ୧ଟାରେ ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣି ବୈଠକ ଡାକିଛି। ଏହି ବୈଠକରେ ଉଦ୍ଧବ ଠାକରେ ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଡ଼ିହେବେ। ଗତ ୬ ଦିନରେ ମହାରାଷ୍ଟ୍ରରେ ରାଜନୈତିକ ପାଣିପାଗରେ ଯେପରି ପରିବର୍ତ୍ତନ ଆସିଛି, ସେଥିରେ ଶିବସେନାର ଭୁମିକା ବେଶ ଗୁରୁତ୍ୱପୁର୍ଣ୍ଣ। ତେଣୁ ଆଜିର ବୈଠକରେ ଉଦ୍ଧବ କ’ଘଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

Get real time updates directly on you device, subscribe now.