fbpx
BSKY
BJD MC SKY
BJD YOUTH SKY

IPL-2024ରେ ଶାର୍ଦ୍ଦୁଳଙ୍କ ଘରବାହୁଡ଼ା: ସହ ସାମିଲ ହେଲେ ବିଶ୍ୱକପର ୨ ସୁପରଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ୨ ବର୍ଷ ପର୍ଯ୍ୟନ୍ତ ନିଜ ଦଳରୁ ଦୂରେଇ ରହିବା ପରେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣି ଥରେ ନିଜ ଘରକୁ ଫେରିଛନ୍ତି । ୨ ବର୍ଷ ପରେ ଆଉଥରେ ୟେଲୋ ଜର୍ସିରେ ନଜର ଆସିବେ ଶାର୍ଦ୍ଦୁଳ ଠାକୁର । ୨୦୨୨ ମେଗା ଅକ୍ସନରେ ଚେନ୍ନାଇ ଶାର୍ଦ୍ଦୁଳଙ୍କୁ ରିଲିଜ କରିବା ପରେ ପୁଣିଥରେ ୨୦୨୪ ସିଜନ ପାଇଁ ଠାକୁରଙ୍କୁ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳଙ୍କ ସହ ଦିନିକିଆ ବିଶ୍ୱକପର ଦୁଇ ସୁପରଷ୍ଟାର ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ରଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।

ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ରଚିନ ରବିନ୍ଦ୍ର ଏବଂ ଡାରିଲ ମିଚେଲ ଆଇପିଏଲର ସବୁଠାରୁ ସଫଳ ଦଳ ସହ ଯୋଡ଼ି ହୋଇଛନ୍ତି । ଗତ ସିଜନର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହୋଇଛନ୍ତି ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର । ଏହାବ୍ୟତୀତ ଚେନ୍ନାଇର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣିଥରେ ଚେନ୍ନାଇକୁ କମବ୍ୟାକ କରିଛନ୍ତି । ୪ କୋଟି ଟଙ୍କା ମୂଲ୍ୟରେ ଚେନ୍ନାଇ ପୁଣିଥରେ ନିଜର ପୁରୁଣା ଷ୍ଟାର ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିଛି ।

୨୪ ବର୍ଷୀୟ ରଚିନ୍ ରବିନ୍ଦ୍ର ବିଶ୍ୱକପ-୨୦୨୩ରେ ୩ଟି ଶତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଥିଲେ । ତେଣୁ ଆସନ୍ତା ଆଇପିଏଲ ପାଇଁ ସେ ବଡ଼ ଆମାଉଣ୍ଟରେ ବିକ୍ରି ହୋଇପାରନ୍ତି ବୋଲି ଆଶା କରାଯାଉଥିଲା । କିନ୍ତୁ ଆଶାନୁରୂପ ମୂଲ୍ୟରେ ରଚିନ୍ ବିକ୍ରି ହୋଇ ପାରି ନାହାନ୍ତି । ତେବେ ମାତ୍ର ୧.୮୦ କୋଟି ଟଙ୍କାରେ ତାଙ୍କୁ ଚେନ୍ନାଇ ନିଜ ଦଳରେ ସାମିଲ କରିଛି ।

କିନ୍ତୁ ସାଥୀ ଖେଳାଳି ଡାରିଲ ମିଚେଲଙ୍କୁ ମିଳିଛି ଉଚିତ୍ ମୂଲ୍ୟ । ୧୪ କୋଟି ଟଙ୍କାରେ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି ଡାରିଲ ମିଚେଲ । ବେନ୍ ଷ୍ଟୋକ୍ସ ଏବଂ ଡ୍ୱେନ୍ ପ୍ରିଟୋରିୟସଙ୍କ ଭଳି ୨ ଅଲରାଉଣ୍ଡରଙ୍କୁ ଦଳ ରିଲିଜ କରିତିବା ବେଳେ ତାଙ୍କ ସ୍ଥାନରେ ଡାରିଲ ମିଚେଲ, ରଚିନ୍ ରବିନ୍ଦ୍ର ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଚେନ୍ନାଇ ଆଉ ଜଣେ ବିଦେଶୀ ଖେଳାଳିଙ୍କ ସହ ମୋଟ ୩ ଜଣ ଖେଳାଳିଙ୍କୁ ସାମିଲ କରିବ ।

Get real time updates directly on you device, subscribe now.