fbpx

Share Market: ଉଛୁଳିଲା ସେୟାର ବଜାର, 84 ହଜାର ପାର୍ କଲା ସେନସେକ୍ସ

ନୂଆଦିଲ୍ଲୀ: ଷ୍ଟକ ବଜାରରେ ଉତ୍ସାହ । ପୁଣି ରେକର୍ଡ କଲା ସେୟାର ବଜାର । ଶୁକ୍ରବାର ଦିନ ରେକର୍ଡ ପାର କଲା କାରବାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେରେ ବୃଦ୍ଧି ଦେଖାଯାଇଛି । ପ୍ରଥମ ଥର ପାଇଁ ସେନସେକ୍ସ 84 ହଜାର ପାର୍ କରିଛି ।

କାରବାର ଆରମ୍ଭରୁ ନଥିଲା ଉତ୍ସାହ- ସକାଳ 9ଟା 15 ମିନିଟ ସମୟରେ ସେନସେକ୍ସ 350 ପଏଣ୍ଟ ଏବଂ ନିଫ୍ଟି ପାଖାପାଖି 100 ପଏଣ୍ଟରେ ଖୋଲିଥିଲା । କିନ୍ତୁ 9ଟା 20ରେ ସେନସେକ୍ସ 175 ପଏଣ୍ଟ ପାର୍ କରି 83 ହଜାର 370 ଛୁଇଁଥିଲା ।

ସେନସେକ୍ସ ଏବଂ ନିଫ୍ଟିର ନୂଆ ରେକର୍ଡ- ସକାଳ 11ଟା ସମୟରେ ସେନସେକ୍ସ 816 ପଏଣ୍ଟ ବଢି 83985.07ରେ କାରବାର ଆରମ୍ଭ କରିଥିଲା । ଏହା ପୂର୍ବରୁ ଇଣ୍ଚରଡେରେ ସେନସେକ୍ସ ଗୋଟିଏ ସମୟରେ 84,026.85ରେ ପହଞ୍ଚି ଯାଇଥିଲା । ସେହିପରି ନିଫ୍ଟି 25663.45ରେ ରେକର୍ଡ ସ୍ତର ପାର କରିବା ପରେ 11ଟା ସମୟରେ ପ୍ରାୟ 225 ପଏଣ୍ଟ ବଢି 25,645ରେ କାରବାର ହୋଇଥିଲା । ଘରୋଇ ବଜାରରେ ଆଜି କାରବାରରେ ବ୍ୟାଙ୍କିଂ, ଆଇଟି, ଅଟୋ, ମେଟାଲ ଏବଂ ଏନର୍ଜି ଷ୍ଟକରେ ଉତ୍ସାହ ରହିଛି । ଏହି ଷ୍ଟକର ସେୟାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେନସେକ୍ସରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଜେଏସଡବ୍ଲୁ ଷ୍ଟିଲର ସେୟାରରେ 4 ପ୍ରତିଶତ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.