fbpx

ଇତିହାସ ରଚିଲା ଷ୍ଟକ୍ ମାର୍କେଟ୍: ପ୍ରଥମ ଥର ସେନସେକ୍ସ ୮୦ ହଜାର ଟପିଲା

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତୀୟ ଶେୟାର ବଜାର ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ବଜେଟ ଆଗତ ପୂର୍ବରୁ ଶେୟାର ମାର୍କେଟରେ ଏକ ବଡ଼ ବିସ୍ଫୋରଣ ଦେଖାଦେଇଛି । ଆଜି ଶେୟାର ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟିବା ସହିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ୩୦ଟି ଶେୟାର ପାଖାପାଖି ୩୦୦ ଅଙ୍କ ଛୁଇଁଛି । ଏଥିସହିତ ଶେୟାର ମାର୍କେଟ ଇତିହାସ ରଚିବ ସହିତ ପ୍ରଥମ ଥର ସେନସେକ୍ସ ୮୦ ହଜାର ଅଙ୍କ ପାର କରିଛି । କାରବାର ଆର ସମୟରେ ସେନସେକ୍ସ ଓ ନିଫ୍ଟୀ ନୂଆ ଅଲ୍ ଟାଇମ୍ ହାଇ ସ୍ତରରେ ଖୋଲିଥିଲା ।

ଆଜି ଶେୟାର ମାର୍କେଟରେ କାରବାର ଆରମ୍ଭ ହେବା ସମୟରେ ବିଏସଇର ସେନସେକ୍ସ ପୂର୍ବ ବନ୍ଦ ଅଙ୍କ ୨୧୧.୩୦ ରୁ ୦.୨୭ ପ୍ରତିଶତ ବଢ଼ି ୭୯,୬୮୭.୪୯ରେ ପହଞ୍ଚିଥିଲା । ଏଥିସହିତ ନିଫ୍ଟୀ ଓପନିଂ ସହିତ ୬୦.୨୦ ଅଙ୍କ ବା ୦.୨୫ ପ୍ରତିଶତ ବଢ଼ି ୨୪,୨୦୨.୦୦ର ନୂଆ ଅଲ୍ ଟାଇମ୍ ହାଇ ଲେବଲରେ ପହଞ୍ଚିଥିଲା । ବଜାର ଖୋଲିବା ସହିତ ପାଖାପାଖି ୧୯୩୫ଟି ଶେୟାର ଅଭିବୃଦ୍ଧି ଘଟିଥିବା ବେଳେ ୫୩୬ଟି ଶେୟାରରେ ହ୍ରାସ ଘଟିଥିଲା । ସେହିପରି ୯୭ଟି ଶେୟାରରେ କୌଣସି ପରିବର୍ତ୍ତନ ଘଟିନଥିଲା ।

କାରବାର ଆରମ୍ଭ ସମୟରେ ଆଇଚର ମୋଟର୍ସ, ୱିପ୍ରୋ, ଟେକ ମହିନ୍ଦ୍ରା, ଏଚସିଏଲ ଟେକ୍ନୋଲୋଜିଜ ଓ ହିରୋ ମୋଟାକର୍ପ ନିଫ୍ଟୀରେ ସର୍ବାଧିକ ବଢ଼ିବା ସହିତ କାରବାର କରୁଥିଲା । ସେହିପରି ବଜାଜ ଅଟୋ, ସନ ଫାର୍ମା, ବଜାଜ ଫାଇନାନ୍ସ, ଟାଟା ମୋଟର୍ସ ଓ ଅଦାନୀ ଏଣ୍ଟରପ୍ରାଇଜେସରେ ହ୍ରାସ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.