ଛେଳି ଚରାଳିଙ୍କ ପୁଅ ପ୍ରଥମ ପ୍ରୟାସରେ ପାଇଲେ ୟୁପିଏସସ. ରଖିଲେ ୫୫୧ ରାଙ୍କ
ପ୍ରଥମ ପ୍ରୟାସରେ ପୁଅ ହେଲେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ। ବିରୁଦେବ ସଦ୍ଧପ୍ପାଙ୍କର ୫୫୧ ରାଙ୍କ ରହିଛି।
ମହାରାଷ୍ଟ୍ର: ଛେଳି ଚରାଉ ଥିଲେ ବାପା, ପ୍ରଥମ ପ୍ରୟାସରେ ପୁଅ ହେଲେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ। ବିରୁଦେବ ସଦ୍ଧପ୍ପାଙ୍କର ୫୫୧ ରାଙ୍କ ରହିଛି। କଥାରେ ଅଛି ଇଛା ଥିଲେ ଉପାୟ ମିଳେ। ଆଉ କର୍ମ କଲେ ଫଳ ନିଶ୍ଚିତ ମିଳେ। ଯାହା ଏଠାରେ ବିରୁଦେବ ସିଦ୍ଧପ୍ପା କରି ଦେଖାଇଛନ୍ତି।
ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର କାଗଲ ତହସିଲର ୟମଗେ ଗାଁର ଧନଗଡ଼ିଙ୍କ ପୁଅ ପାଇଛନ୍ତି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୋଟେ ଛୋଟ ଜିଦ୍ ତାଙ୍କର ଜୀବନ ବଦଳାଇ ଦେଇଛି।
ଜଣେ ବନ୍ଧୁ ଆସି ଜୋରରେ ଚିତ୍କାର କରି ବିରୁଦେବଙ୍କୁ କହିଥିଲେ ତୁମେ ୟୁପିଏସସି ପରୀକ୍ଷାରେ ପାସ୍ କରିଛ। ବିରୁଦେବ କାଗଲ ତହସିଲର ପ୍ରଥମ ଛାତ୍ର ଯିଏ ୟୁପିଏସସି ପରୀକ୍ଷାରେ ପାସ୍ କରିଛନ୍ତି। ବିରୁଦେବ ୨୦୨୪ ମସିହାରେ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷା ଦେଇଥିଲେ। ୨୭ ବର୍ଷ ବୟସରେ, ବିରୁଦେବ ତାଙ୍କର ପ୍ରଥମ ପ୍ରୟାସରେ ୫୫୧ ରାଙ୍କ ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।।
ଏହା ପଛରେ ଗୋଟେ ଛୋଟ ଘଟଣା ଲୁଚି ରହିଛି ପ୍ରକୃତରେ ବିରୁଦେବଙ୍କ ମୋବାଇଲ୍ ହଜି ଯାଇଥିଲା ଏବଂ ଯେତେବେଳେ ସେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନ୍ ଯାଇଥିଲେ, ପୋଲିସ ତାଙ୍କୁ ସାହାଯ୍ୟ କରିନଥିଲେ। ସେଠାରେ ବିରୁଦେବ ନିଷ୍ପତ୍ତି ନେଇଥିଲେ ଯେ ସେ ଜଣେ ଆଇପିଏସ୍ ଅଫିସର ହେବେ ଏବଂ ସେ ଦିନରାତି କଠିନ ପରିଶ୍ରମ କରିଥିଲେ। ଏବଂ ପ୍ରତିଦିନ ୨୨ ଘଣ୍ଟା ପାଠ ପଢ଼ିଥିଲେ।
ସେ ୟୁପିଏସସି ପଢ଼ିବା ପାଇଁ ଦିଲ୍ଲୀରେ ରହି ପାଠ ପଢ଼ୁଥିଲେ। ବିରୁଦେବ କାଗଲ ତହସିଲର ମୁରଗୁଡ କେନ୍ଦ୍ରରୁ ଶ୍ରେଷ୍ଠ ନମ୍ବର ରଖି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ ଏବଂ ପୁଣେର ସିଓଇପି ଇଞ୍ଜିନିୟରିଂ କଲେଜରେ ପଢ଼ିଥିଲେ।
ବିରୁଦେବଙ୍କ ବାପା ସିଦ୍ଧପ ଧୋନେ ମଧ୍ୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ, କିନ୍ତୁ ତା’ପରେ ସେ ଛେଳି ଚରାଇବାର ପାରମ୍ପରିକ ବୃତ୍ତିରେ ତାଙ୍କ ଜୀବନ ବିତାଇଲେ।
ଯେତେବେଳେ ବିରୁଦେବ ୟୁପିଏସସି ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଥିଲେ, ତାଙ୍କ ବାପା ତାଙ୍କୁ ବହୁତ କଷ୍ଟରେ ୧୦ ରୁ ୧୨ ହଜାର ଟଙ୍କା ପଠାଉଥିଲେ।