fbpx

ମଧ୍ୟପ୍ରଦେଶରେ ସିଙ୍ଘମଙ୍କ ‘ଶିବଭକ୍ତ’ ଅବତାର, ସୋସିଆଲ ମିଡିଆରେ ଧମାକେଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧ ।୨: ପୋଲିସକୁ ସବୁବେଳେ ଶକ୍ତ ଅବସ୍ଥାରେ ତ ସମସ୍ତେ ଦେଖିଥାନ୍ତି । କିନ୍ତୁ ତାଙ୍କୁ କେବେ ଧମାକେଦାର ଡ୍ୟାନ୍ସ କରିବାର ଦେଖିଛନ୍ତି କି ? ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ହୋଇଥିବା ଆଇପିଏସ ସାକ୍ଷାତ ଅବସରରେ ଧମାକେଦାର ଡ୍ୟାନ୍ସ କରିଛନ୍ତି ଏସପି । ଭଗବାନ ଶିବଙ୍କ ଗୀତ ଉପରେ ଡ୍ୟାନ୍ସ କରିଥିବା ଏସପିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପୋଲିସ ଅଫସରଙ୍କ ଏହି ଅବତାରକୁ ସମସ୍ତେ ପ୍ରଂଶସା କରୁଛନ୍ତି ।

श्रीमान पुलिस अधीक्षक महो.उज्जैन श्री सचिन अतुलकर की आईपीएस मीट भोपाल में प्रस्तुति

Ujjain Police यांनी वर पोस्ट केले गुरुवार, २० फेब्रुवारी, २०२०

 

ଏହି କାର୍ଯ୍ୟକ୍ରମରେ ପୋଲିସ ଅଧୀକ୍ଷକ ସଚିନ ଅତୁଲକର ଶିବଙ୍କ ଗୀତରେ ଡ୍ୟାନ୍ସ କରିଛନ୍ତି । ଡ୍ୟାନ୍ସରେ ଅତୁଳ ଧୋତି ପିନ୍ଧିଥିବା ବେଳେ ହାତରେ ଧୂନୀ ନେଇ ମଞ୍ଚକୁ ଆସିଥିଲେ । ଏହା ପୂର୍ବରୁ ସଚିନ ବହୁଥର ନିଜ ଶରୀର, ଫିଟନେସକୁ ନେଇ ଚର୍ଚ୍ଚାକୁ ଆସିସାରିଛନ୍ତି । ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.