fbpx

କେନ୍ଦ୍ର କର୍ମଚାରୀଙ୍କୁ ଝଟକା! ପେନସନ ରୁଲକୁ ନେଇ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବଡ଼ ଖବର। ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗ ତରଫରୁ ଏହି ନିୟମକୁ ଜାରି କରାଯାଇଛି। ଏଥିରେ ପେନସନ ରାଶିକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

ଏନପିଏସ୍‌ ଯୋଜନା ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଏହାକୁ ସଞ୍ଚାଳିତ କରାଯାଇଛି। ବର୍ଷ ୨୦୦୪ ରେ ଲାଗୁ ହୋଇଥିବା ଏହି ଯୋଜନା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ। ଏହା ସେହି କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥାଏ ଯେଉଁମାନେ ୧ ଜାନୁଆରୀ ୨୦୦୪ କିମ୍ବା ଏହାପରେ ସେବାରେ ସାମିଲ ଅଛନ୍ତି। ମେ ୨୦୦୯ରେ ଏହାକୁ ବ୍ୟକ୍ତିଗତ ଓ ସଂଗଠିତ କ୍ଷେତ୍ରରେ ବିସ୍ତାରିତ ବା କାର୍ଯ୍ୟକାରୀ କରାଯାଇଛି।

ଡିଓପିପିଡବ୍ଲୁ ର ମିଳିଥିବା ସୂଚନା ଅନୁସାରେ ଯଦି କେହି କର୍ମଚାରୀ ନିଜ ବେସିକ ସାଲେରୀ ର ଗୋଟିଲ ଅଂଶ ଓ୍ଵିଥଡ୍ରଲ କରୁଛନ୍ତି ତେବେ ଦ୍ୱିତୀୟ ଥର ସେ ତାଙ୍କ ପେନସନ କୁ ଉଠାଇପାରିବେ ନାହିଁ। ଏଭଳି ଅନୁମତି ଆଉ ଦିଆଯିବ ନାହିଁ। ଏହାକୁ ନେଇ ପେନସନ ବିଭାଗ ଏକ ନୋଟିଫିକେସନ ଜାରି କରିଛି। ସିଭିଲ ସର୍ଭିସେସ୍‌ ମାନେ Commutation of Pension ରୁଲ୍ସ ୧୯୮୧ ମୁତାବିକ ସରକାରଙ୍କ ତରଫରୁ ଏକ ରୁ ଅଧିକ ଥର ଯଦି ପେନସନ ଉଠାଉଛନ୍ତି ତେବେ ଅନୁମତି ମିଳିବ ନାହିଁ। ଏହାସହିତ ଆପଣ ଏକାଥରକେ ପେନସନର ୪୦% ଅଂଶ ବାହାର କରିପାରିବେ।

ଆକ୍ୟୁମେସନ ରାଶି ଉପରେ ସରକାରଙ୍କ ଆଉଏକ ନିର୍ଦ୍ଦେଶ ଆସିଛି। ଏମିତିରେ ଆପଣ ଗୋଟିଏ ଥର ୪୦ % ରାଶି ବାହାର କରିପାରିବେ। ଏହାବ୍ୟତିତ ଯଦି କେହି କର୍ମଚାରୀ ଙ୍କ ପେନସନ ରିଭାଇଜ ହୁଏ ତେବେ ଏହି ସ୍ଥିତିରେ ଆପଣ ନିଜ ବଳକା ରାଶିକୁ ବାହାର କରିପାରିବେ ।

DoPPW ଜାରୀ କରିଥିବା ନୋଟିଫିକେସନ ମୁତାବିକଯେଉଁ କର୍ମଚାରୀ ୧ ଜାନୁଆରୀ ୨୦୧୬ରୁ ୪ ଅଗଷ୍ଟ ୨୦୧୬ ମଧ୍ୟରେ ରିଟାୟକ ହୋଇଛନ୍ତି ସେହି ଲୋକଙ୍କୁ ସିସିଏସ୍‌ ର ନିୟମ ୧୦ ଅନ୍ତର୍ଗତ ପେନସନ ର ସଂଶୋଧନରେ ଅତିରିକ୍ତ ଛାଡ଼ ମିଳିବ। କିନ୍ତୁ ୪୦% ନିୟମ ସରକାରଙ୍କ ତରଫରୁ ଲାଗୁ କରାଯାଇଛି ।

Get real time updates directly on you device, subscribe now.