fbpx

ପୂର୍ବତଟ ରେଳବାଇର ସ୍ବଚ୍ଛତା ଅଭିଯାନ, ପଥପ୍ରାନ୍ତ ନାଟକ କରି ବାଣ୍ଟିଲେ ଇକୋ ଫ୍ରେଣ୍ଡଲି ବ୍ୟାଗ

ପୁରୀ(ଓଡିଶା ଭାସ୍କର) : ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ସ୍ବଚ୍ଛତା ହିଁ ସେବା ଅଭିଯାନରେ ଶ୍ରମଦାନ ଆୟୋଜିତ କରାଯାଇଥିଲା । ତେବେ ରେଳ ଅଧିକାରୀଙ୍କ ଦ୍ବାରା ଏଥିରେ ଶ୍ରମଦାନ ସମେତ ଅନେକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହାସହ ସ୍ବଚ୍ଛତାକୁ ନେଇ ସଚେତନ ମଧ୍ୟ କରାଯାଇଥିଲା । ପଥପ୍ରାନ୍ତ ନାଟକ ଏବଂ ସ୍ବଚ୍ଛତା ରାଲି କରି ଯାତ୍ରୀମାନଙ୍କୁ ଇକୋ ଫ୍ରେଣ୍ଡଲି ବ୍ୟାଗ ବଣ୍ଟନ କରାଯାଇଥିଲା । ପୂର୍ବତଟ ରେଳପଥର ଏଜିଏମ ଏମ.କେ ବେହେରା ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଏହି ଅଭିଯାନରେ ଇଷ୍ଟ କୋଷ୍ଟ ରେଲଓ୍ବେର ଅନେକ ବରିଷ୍ଠ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟର ଅନେକ କର୍ମଚାରୀଙ୍କ ସମେତ ଆରପିଏଫର ଅନେକ ଯବାନ ସାମିଲ ହୋଇଥିଲେ ।

ଜଗନ୍ନାଥ ଧାମ ପୁରୀର ରୋଟାରୀ କ୍ଲବ ଏବଂ ଭୁବନେଶ୍ୱର ଗାଲାକ୍ସିର ରୋଟାରୀ କ୍ଲବର ସଭାପତି ଏବଂ ସଦସ୍ୟମାନେ ଯୋଗ ଦେଇ ପଲିଥିନର ବ୍ୟବହାର ଦ୍ବାରା ପରିବେଶ ଉପରେ କେଉଁ ପ୍ରଭାବ ପଡୁଛି ତାହା ବୁଝାଇଥିଲେ । ପରିବେଶ ଅନୁକୂଳ ବାର୍ତ୍ତା ଦେଇ ଇକୋ ଫ୍ରେଣ୍ଡଲି କଟନ୍ ବ୍ୟାଗ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳବାଇର Dy CME ବିଭାଗର ଅଧିକାରୀ ଦୀନେଶ କୁମାର ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଦେଇଥିଲେ ।

Get real time updates directly on you device, subscribe now.