fbpx
BSKY
BJD SHG SKY
BJD YOUTH SKY

ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର: ରାହୁଲ-ବୁମରାହଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ସୁପର ଷ୍ଟେଜର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ଟିମ୍ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶୁଣାଇଛନ୍ତି ଏକ ଦୁଃଖଦ ଖବର । ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଶ୍ରେୟସ ଆୟର ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ରୋହିତ ଶର୍ମା । ତାଙ୍କ ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ କମବ୍ୟାକ କରିଛନ୍ତି ।
କଲମ୍ବୋରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ସୁପର ଷ୍ଟେଜ ମୁକାବିଲାର ତୃତୀୟ ମ୍ୟାଚ ଖେଳାଯାଉଥିବା ବେଳେ ପାକିସ୍ତାନ ଅଧିନାୟକ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ପାକିସ୍ତାନ ଗତକାଲିରୁ ନିଜର ପ୍ଲେଇଙ୍ଗ-୧୧ ଘୋଷଣା କରି ସାରିଥିବା ବେଳେ ଆଜି ରୋହିତ ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଭାରତର ମଧ୍ୟକ୍ରମ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ପୁଣିଥରେ ଆହତ ହୋଇଛନ୍ତି । ପୁଣିଥରେ ପିଠିରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଷ୍ଟାର ପ୍ଲେୟର ଶ୍ରେୟସ । ତେବେ ଆହତ ସମସ୍ୟା ଯୋଗୁଁ ସେ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଦଳରେ କେ.ଏଲ ରାହୁଲଙ୍କୁ ସୁଯୋଗ ଦିଆଯାଇଛି । ତେବେ ଏହି ମ୍ୟାଚ ସହ ଆଇପିଏଲ ପରେ ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାହୁଲ । ତେବେ ତାଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ।

ସେହିପରି ଅନ୍ୟ ପକ୍ଷରେ ଜଶପ୍ରୀତ ବୁମରାହ ମଧ୍ୟ ଶୀଲଙ୍କାକୁ ପେରି ଦଳ ସହ ଯୋଗ ଦେଇଛନ୍ତି । ପିତା ହେବା ଖୁସିରେ ସେ ଭାରତର ନେପଳ ବିପକ୍ଷ ମ୍ୟାଚରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ମହମ୍ମଦ ଶାମୀଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତେବେ ଅନ୍ୟ କୌଣସି ଖେଳାଳିଙ୍କ ନାମ ପରିବର୍ତ୍ତନ ହୋଇନାହିଁ ।
ଭାରତର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, କେ.ଏଲ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜଶପ୍ରିତ ବୁମରାହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.