Shubman Gill: ଶୁଭମନ ଗିଲଙ୍କ ଦମଦାର ସେଞ୍ଚୁରୀ, ଡନ୍ ବ୍ରାଡମ୍ୟାନଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହେଲେ

ସେଞ୍ଚୁରୀ ମାରିଲେ ଶୁଭମନ ଗିଲ୍ ।

ନୂଆଦିଲ୍ଲୀ: ଶୁଭମନ ଗିଲ ଇଂଲଣ୍ଡ ଗସ୍ତରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଟେଷ୍ଟ ସିରିଜରେ ରନ ବର୍ଷା କରିଚାଲିଛନ୍ତି । ଇଂଲଣ୍ଡ ବୋଲରମାନେ ତାଙ୍କ ଆଗରେ ସମ୍ପୂର୍ଣ୍ଣ ପ୍ରଭାବହୀନ ପ୍ରମାଣିତ ହୋଇଛନ୍ତି ।

ଏହାରି ଭିତରେ ଏବେ ଗିଲ ଚତୁର୍ଥ ଟେଷ୍ଟ ମ୍ୟାଚରେ ମଧ୍ୟ ଶତକ ହାସଲ କରିଛନ୍ତି । ଯାହା ଚଳିତ ଟେଷ୍ଟ ସିରିଜରେ ତାଙ୍କର ଚତୁର୍ଥ ଶତକ । ସେ 103 ରନ୍ କରି ଆଉଟ୍ ହୋଇଯାଇଛନ୍ତି ।

ଟେଷ୍ଟ ସିରିଜରେ କରିଲେ ୭୦୦ରୁ ଅଧିକ ରନ-  ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ମୋଟ ୭୧୫ ରନ କରିଛନ୍ତି । ଏହା ସହିତ, ସେ ଟେଷ୍ଟ ସିରିଜରେ ୭୦୦+ ରନ କରିବାରେ କେବଳ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ।

ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର ୧୯୭୮/୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରେ ୭୩୨ ରନ କରିଥିଲେ । ଗାଭାସ୍କର ଏବଂ ଗିଲଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଅଧିନାୟକ ଟେଷ୍ଟ ସିରିଜରେ ୭୦୦+ ରନ କରିପାରି ନାହାଁନ୍ତି ।

ବ୍ରାଡମ୍ୟାନଙ୍କ ବିଶ୍ୱ ରେକର୍ଡର ସମକକ୍ଷ- ଏହା ବ୍ୟତୀତ, ଗୋଟିଏ ଟେଷ୍ଟ ସିରିଜରେ ଅଧିନାୟକ ଭାବରେ ସର୍ବାଧିକ ଶତକ ହାସଲ କରିବାର ବିଶ୍ୱ ରେକର୍ଡ ଡନ୍ ବ୍ରାଡମ୍ୟାନ ଏବଂ ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା। ବ୍ରାଡମ୍ୟାନ ୧୯୪୭/୪୮ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଶତକ ଏବଂ ଗାଭାସ୍କର ୧୯୭୮/୭୯ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାରୋଟି ଶତକ ହାସଲ କରିଥିଲେ । ଏବେ ଶୁଭମନ ଗିଲ ଅଧିନାୟକ ଭାବରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ଚାରୋଟି ଶତକ ହାସଲ କରି ଏହି ଦୁଇ କିମ୍ବଦନ୍ତୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।