fbpx

ଟିକା ଦେବାପରେ ପିଲାଙ୍କ ଠାରେ ଦେଖା ଦେଇପାରେ ଏହିସବୁ ପାର୍ଶ୍ୱ ପ୍ରତିକ୍ରିୟା, ଆଦୌ କରନ୍ତୁ ନାହିଁ ଅବହେଳା

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ଲୋକଙ୍କୁ ସମସ୍ୟାରେ ପକାଇଛି । କିଏ ନିଜର ପ୍ରିୟଜନକୁ ହରାଇଛି ତ କିଏ ନିଜର ଜୀବିକାକୁ ହରାଇଛି । ଏହା ଉପରେ ଭାଇରସ୍ ର ଦ୍ୱିତୀୟ ଲହର ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଛି । ତେବେ ତୃତୀୟ ଲହରରେ ପିଲାମାନଙ୍କ ଉପରେ ବିପଦ ଥିବାରୁ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ବୈଜ୍ଞାନିକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଦ୍ୱିତୀୟ ଲହରରେ ଟିକାକରଣକୁ ଜୋରଦାର୍ ପ୍ରାଧାନ୍ୟ ଦିଆଯାଇଛି । କାରଣ ଏହି ସଂକ୍ରମଣ ଭିତରେ ଟିକା ହିଁ ଅମୋଘ ଅସ୍ତ୍ର ଭାବରେ କାମ କରୁଛି । ତେବେ ପିଲାମାନଙ୍କ ଟିକାକୁ ନେଇ ପରୀକ୍ଷା ନିରୀକ୍ଷା ଏଯାବତ୍ ଜାରି ରହିଥିବା ବେଳେ ଆଗକୁ ସେମାନଙ୍କୁ ସଂକ୍ରମଣ ହୋଇପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

ତେଣୁ ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀ ୨ ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଟିକା ଦେବା ନେଇ ଟିକା ତିଆରି କରୁଛନ୍ତି । ତେବେ ଏହା ଭିତରେ ପ୍ରଶ୍ନ ଉଠୁଛି ଯେ, ଟିକା ଦେବା ପରେ ପିଲାମାନଙ୍କ ଶରୀରରେ କଣ କଣ ପରିବର୍ତ୍ତନ ଦେଖା ଦେବ? କଣ ସବୁ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେବ? ତେବେ ଜାଣିବା ଏନେଇ ବିଶେଷଜ୍ଞ ମାନେ କଣ କୁହନ୍ତି ।

ପିଲାମାନଙ୍କ ଉପରେ ଭାକସିନ୍ ର ନୈଦାନିକ ପରୀକ୍ଷଣ ସହିତ ଦେଖାଦେଉଥିବା ସବୁ ଠାରୁ ସାଧାରଣ ସାଇଡ୍ ଇଫେକ୍ଟସ୍ ହେଉଛି ଫ୍ଲୁ । ଟିକା ନେବାପରେ ଫ୍ଲୁ ଭଳି ଲକ୍ଷଣ ଦେଖାଦେଇପାରେ । ଟିକା ନେବା ପରେ ଦେଖା ଯଦି ଫ୍ଲୁ ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗଯୋଗ କରିବା ଉଚିତ୍ । ଡାକ୍ତରଙ୍କ ପରାମର୍ଶ କ୍ରମେ ପିଲାମାନଙ୍କ ଔଷଧ ସେବନ କରିବାକୁ ଦିଅନ୍ତୁ ।

ସେହିପରି ଟିକାର ପରବର୍ତ୍ତୀକାଳୀନ ଲକ୍ଷଣ ମଧ୍ୟରେ ରହିଛି ଥକ୍କାପଣ ଓ ଶରୀରରେ ବିନ୍ଧା ହେବା । ଭାକସିନ୍ ନେବାପରେ ଶରୀରରେ ବିଭିନ୍ନ ପରିବର୍ତ୍ତନ ଦେଖା ଦେବ । କାରଣ ପିଲମାନଙ୍କ ଶରୀର ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତେଣୁ ଟିକା ଦେବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖାସ୍ ଧ୍ୟାନ ଦିଆଯିବା ଉଚିତ୍ । ତେବେ ଟିକା ଦେବାପରେ ପିଲାମାନଙ୍କ ଶରୀରରେ ବିନ୍ଧା ଓ ଥକ୍କାପଣ ଭଳି ଲକ୍ଷଣ ନଜର ଆସିପାରେ । ତେବେ ଏଥିରେ ଆପଣ ମାନେ ଆଦୌ ଚିନ୍ତା ନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଉଚିତ୍ ଔଷଧ ଖାଇବାକୁ ଦିଅନ୍ତୁ ।

ଏହା ବ୍ୟତୀତ ଅନ୍ୟସବୁ ଲକ୍ଷଣ ହେଉଛି ଜ୍ୱର ହେବା, ଇଞ୍ଜେକସନ୍ ଦିଆଯାଇଥିବା ସ୍ଥାନରେ ବିନ୍ଧା ହେବା ଭଳି ଲକ୍ଷଣ ଦେଖା ଦେଇପାରେ । ତେଣୁ ଏହାକୁ ଅବହେଳା ନକରି ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.