fbpx

ଭାରତରୁ ଠାବ ହେଲା ଏକ ଅଜବ ପ୍ରକାରର ବିମାରୀ ‘Silver Leaf’: ଗଛ ନେଇଗଲା କୃଷକଙ୍କ ଜୀବନ, WHO’କୁ ପଠାଗଲା ସାମ୍ପୂଲ

AAKASH

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଅଜବ ପ୍ରକାରର ବୀମାରୀ ସାମ୍ନାକୁ ଆସିଛି । ଗଛରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଫଙ୍ଗସ ସମ୍ପର୍କରେ ଆସିବା ପରେ ଜଣେ କୃଷକଙ୍କର ମୃତ୍ୟୁ ଘଟିଛି । ଭାରତରେ ଏହି ମାମଲା ପ୍ରଥମ ଥର ପାଇଁ ଦେଖାଯାଇଛି ।

ସୂଚନା ମୁତାବକ, ଏହି ବୀମାରୀର ନାମ ହେଉଛି ‘ସିଲଭର ଲିଫ’ । ଛତୁ ଚାଷ କରୁଥିବା ଜଣେ ୬୧ ବର୍ଷୀୟ କୃଷକଙ୍କଠାରେ ପ୍ରଥମେ ଫ୍ଲୁ ପରି କିଛି ଲକ୍ଷଣ ଦେଖାଯାଇଥିଲା । ଏହା ଗଛମାନଙ୍କ ପାଇଁ ବହୁତ ବିପଜ୍ଜନକ ହୋଇଥାଏ । ଏହି ସିଲଭର ଲିଫ ଗଛକୁ ସଂକ୍ରମିତ କରି ପତ୍ରର ରଙ୍ଗକୁ ବଦଳାଇ ଦେଇଥାଏ । ତେବେ ଛତୁ ସମେତ ଅନ୍ୟ କିଛି ଛୋଟ ବୃକ୍ଷଲତା ସଂସ୍ପର୍ଶରେ ଆସିବାରୁ ଉକ୍ତ କୃଷକ ଜଣଙ୍କ ସଂକ୍ରମିତ ହୋଇଥିଲେ ।

ଡାକ୍ତରଙ୍କ ଅନୁଯାୟୀ, ଏହି ଯୁବକ ଜଣଙ୍କ ଗଛମାନଙ୍କରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଫଙ୍ଗସ ସଂସ୍ପର୍ଶରେ ଆସିଥିଲେ । ଏହି ବୀମାରୀ ସୁସ୍ଥ ଲୋକଙ୍କୁ ସହଜରେ ନିଜ ଜାଲରେ କବଳିତ କରି ନେଇଥାଏ । ସଂକ୍ରମିତଙ୍କୁ ଦୀର୍ଘଦିନ ଧରି ଖାଦ୍ୟ ସେବନ କରିବାରେ ସମସ୍ୟା ହେଉଥିଲା । ଏଥିସହିତ ସେ ଥକ୍କାପଣ ଅନୁଭବ କରିବା ସହିତ ସ୍ୱର ମଧ୍ୟ ଭାରି ଅନୁଭବ କରୁଥିଲେ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରୋଗୀଙ୍କୁ ୩ ମାସ ସମୟ ଲାଗିଥିଲା । ବର୍ତ୍ତମାନ ରୋଗୀ ସମ୍ପୂର୍ଣ୍ଣ ଭାବେ ଠିକ୍ ହେବା ସହ ସ୍ୱାସ୍ଥ୍ୟ ଉପରେ କୌଣସି ରିସ୍କ ନାହିଁ । ବ୍ୟକ୍ତିଙ୍କ ବେକରେ ପାରାଟ୍ରିକିୟଲ ସଂକ୍ରମଣ ହୋଇଥିବା ସିଟି ସ୍କାନରୁ ଜଣାପଡ଼ିଥିଲା । ତେବେ ଏହି ମାମଲାର ନମୂନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନିକଟକୁ ପଠାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.