fbpx

ଶିମିଳିପାଳ ଅଗ୍ନିକାଣ୍ଡ ପ୍ରତିବାଦ: ଆଜି ମୟୂରଭଞ୍ଜ ୯ ଘଣ୍ଟିଆ ବନ୍ଦ

AAKASH

ବାରିପଦା, ୧୦ା୩ (ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପ୍ରତିବାଦରେ ଆଜି ମୟୂରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭଞ୍ଜ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ନିଆଁକୁ ଲିଭାଇବାରେ ବନ ବିଭାଗର ବିଫଳତା ନେଇ ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ପ୍ରତିବାଦକାରୀଙ୍କ ପକ୍ଷରୁ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରାଯାଇଛି । ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଶିମିଳିପାଳର ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ମିଳିଛି । ତେବେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୪ଟି ଟିମ୍ ଜଙ୍ଗଲ ମଧ୍ୟକୁ ଯାଇଛନ୍ତି । ବାଲେଶ୍ୱରରୁ ଏକ ୨୬ ଜଣିଆ ଓଡ୍ରାଫ୍ ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.