fbpx

ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ଗତକାଲି ଦଳରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେଡିକୁ ଫେରିଛନ୍ତି ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଥିଲେ । ତେବେ ୨୪ ଘଣ୍ଟା ନ ପୂରୁଣୁ ଜ୍ୟୋତି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସ୍ୱାଭିମାନ ଭିତରେ ତାଙ୍କର ମନ କଷ୍ଟ ହୋଇଥିଲା । କିନ୍ତୁ ୫୦ ବର୍ଷର ସମ୍ପର୍କକୁ ନେଇ ତାଙ୍କର ଆଖିରୁ ଲୁହର ଧାର ବୋହି ଯାଇଥିଲା । ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିଥିବା ସେ କହିଛନ୍ତି । ଦଳକୁ ବାଲେଶ୍ୱରରେ ଜିଲ୍ଲାରେ ଆହୁରି ମଜବୁତ କରାଯିବ ବୋଲି ସେ କହିଛନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ବିଧାନସଭା ଆସନରୁ ଜ୍ୟୋତିପ୍ରକାଶ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ।

ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ ।

Get real time updates directly on you device, subscribe now.