fbpx

(Video) ସୋନାଲି ଚାହିଁଥିଲେ ସୌମ୍ୟ ବଞ୍ଚି ପାରିଥାନ୍ତେ, ଦୋଷୀଙ୍କୁ ଶୀଘ୍ର ଦଣ୍ଡ ମିଳୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ଇତି ମଧ୍ୟରେ ସୌମ୍ୟଙ୍କର ଦୁଇଟି ସୁଇସାଇଡ୍ ନୋଟ୍ ଲୋଚଲୋଚନକୁ ଆସିଥିବା ବେଳେ ପୋଲିସ କିନ୍ତୁ ବସିଛି ଚୁପ୍ । ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆଇନ ସମାନ ରହୁନଥିବାରୁ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ । ଜଣେ ମହିଳାଙ୍କ ଆତ୍ମହତ୍ୟା କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଜଣେ ପୁରୁଷଙ୍କ କ୍ଷେତ୍ରରେ ଟାଳଟୁଳ ନୀତି ଦେଖାଯାଉଛି ବା ଘଟଣାକୁ ଚାପି ଦିଆଯାଉଛି । ଆଇନ ଜଣେ ନାରୀଙ୍କ ସପକ୍ଷରେ ଯିବା ଦ୍ୱାରା ଆଉ ୫ ଜଣ ନାରୀ ପରୋକ୍ଷରେ ନିର୍ଯାତିତ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଏପରି ସ୍ଥଳେ ମୃତ ସୌମ୍ୟଙ୍କ ଭଉଣୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ଭାଇ ତାଙ୍କର ପ୍ରେମିକା ସୋନାଲିଙ୍କୁ ରାତି ୨.୩୦ରେ ୩୬ ଥର କଲ କରିବା ପରେ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା । ଏ ବିଷୟରେ ଯଦି ସୋନାଲି ଆମ ପରିବାରଙ୍କୁ ଜଣାଇଥାନ୍ତେ, ହୁଏତ ଭାଇ ବଞ୍ଚିପାରିଥାନ୍ତା । ଭାଇର ମୃତ୍ୟୁ ବିଷୟରେ ଆମେ ସୋନାଲିଙ୍କୁ ଜଣାଇ ନଥିଲୁ, ସେ କିପରି ଏ ବିଷୟରେ ଜାଣିଲେ, ତାହା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ । ଯଦି ଆମ ଘରର ଗୋଟେ ବୋହୂ ସୁଇସାଇଡ୍ କରିଥାନ୍ତା, ତେବେ ପରିବାରର ସମସ୍ତ ସଦସ୍ୟ ଏତେବେଳକୁ ଜେଲରେ ଥାଆନ୍ତୁ । କିନ୍ତୁ ଯେତେବେଳେ ଗୋଟିଏ ପୁଅ ଆତ୍ମହତ୍ୟା କରିଛି, ଦୋଷୀଙ୍କ ନାମ ମଧ୍ୟ ସୁଇସାଇଡ୍ ନୋଟରେ ଲେଖିଛି ସେ କ୍ଷେତ୍ରରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମୁଁ ଚାହୁଁଛି ଜଲଦି ସେ ଝିଅ ଗିରଫ ହେଉ, ମୋ ଭାଇକୁ ନ୍ୟାୟ ମିଳୁ ।

Get real time updates directly on you device, subscribe now.