fbpx

ରେଷ୍ଟୁରାଣ୍ଟରେ ବସି ଖାଦ୍ୟ ଅର୍ଡର କରିଥିଲେ, ଅଧା ଖାଦ୍ୟରୁ ଡେଇଁଲା ବେଙ୍ଗ

ନୂଆଦିଲ୍ଲୀ : ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ନେବାକୁ ଚାହାଁନ୍ତି । କିଏ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତ ଅନ୍ୟ କେହି କେହି ମସଲାଯୁକ୍ତ ବା ସ୍ପାଇସ୍ ଆଇଟମ୍ ଖାଇବାକୁ ପସନ୍ଦ କରନ୍ତି । ଆଉ ଅନେକ ଲେକ ଅଛନ୍ତି ଯେଉଁମାନେ ଚାଇନିଜ୍‌, ଇଟାଲିୟନ୍‌, କଣ୍ଟିନେଣ୍ଟାଲ ଆଦି ଖାଇବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ରେସିପି ଭିଡିଓ ଦେଖିବାକୁ ମିଳେ । ଯାହା ଦେଖିଲେ ପାଟିରେ ପାଣି ଚାଲିଆସେ । କିନ୍ତୁ ଆଜି ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲା ପରେ ବାନ୍ତି ହୋଇଯିବ ।

ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଲୋକ ନୁଡଲ୍ସ ଖାଉଛନ୍ତି, କିନ୍ତୁ ଅଧା ଖାଇବା ପରେ ସେଥିରୁ ଏକ ଜୀଅନ୍ତା ବେଙ୍ଗ ଡେଉଁଛି । ଚିନ୍ତା କରନ୍ତୁ ତ ଯଦି ଆପଣଙ୍କ ସହ ଏମିତି ଘଟେ ତେବେ ଆପଣ କ’ଣ କରିବେ । ରେଷ୍ଟୁରାଣ୍ଟରେ ଖାଇବାକୁ ବସିଥିବେ ଏବଂ ଅଧା ଖାଇବାରୁ ବେଙ୍ଗ ବାହାରିବ ଯାହା ଆପଣ କେବେ କଳ୍ପନା କରିନଥିବେ।  ଏହିଭଳି କିଛି ଘଟଣା ଘଟିଛି ବ୍ୟକ୍ତିଙ୍କ ଏହି ସହ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଜାପାନର ବୋଲି ଜଣାପଡିଛି । ୨୨ ମେ ରେ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓକୁ ୬.୯ ମିଲିୟନ ଦେଖିସାରିଛନ୍ତି । ୧୮ ହଜାରୁ ଅଧିକ ଏହି ଭିଡିଓକୁ ଲାଇକ୍ ମଧ୍ୟ କରିଛନ୍ତି । ଭିଡିଓଟି ସାମ୍ନାକୁ ଆସିଲା ପରେ ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।

Get real time updates directly on you device, subscribe now.